ଯୌତୁକ ନିର୍ଯ୍ୟାତନା, ବୋହୂକୁ HIV ସଂକ୍ରମିତ ଇଞ୍ଜେକ୍ସନ ଦେଇଦେଲେ ଶ୍ୱଶ୍ୱର ଘର ଲୋକେ
ପୁଣି ସାମ୍ନାକୁ ଆସିଲା ଯୌତୁକ ନିର୍ଯ୍ୟାତନାର ଆଉ ଏକ ଘଟଣା। ୧୦ ଲକ୍ଷ ଟଙ୍କା ନଦେବାରୁ ବୋହୂକୁ HIV ସଂକ୍ରମିତ ଇଞ୍ଜେକ୍ସନ ଦେଇଦେଲେ ଶ୍ୱଶ୍ୱର ଘର ପରିବାର।
ଉତ୍ତରପ୍ରଦେଶ: ସାମ୍ନାକୁ ଆସିଲା ଯୌତୁକ ନିର୍ଯ୍ୟାତନାର ଆଉ ଏକ ସତ ଘଟଣା। ଯୌତୁକ ପାଇଁ ଶ୍ୱଶୁର ଘର ଲୋକ ବୋହୂକୁ ଦେଇଦେଲେ HIV ସଂକ୍ରମିତ ଇଞ୍ଜେକସନ୍। ଶ୍ୱଶୁର ଘରର ଦାବି ଥିଲା ୧୦ ଲକ୍ଷ ଟଙ୍କା ସହ କାର।
ଆଉ ଝିଅର ପରିବାର ପକ୍ଷ ଡିମାଣ୍ଡ ପୁରଣ କରିନପାରିବାରୁ ବୋହୂକୁ ସ୍ୱାମୀଙ୍କ ସହ ଶାଶୁ, ଶ୍ୱଶୁର ସମସ୍ତେ ମିଶି ଦେଇଦେଲେ HIV ସଂକ୍ରମିତ ଇଞ୍ଜେକ୍ସନ। ଥାନାର ଦ୍ୱାରସ୍ଥ ହେଲେ ଝିଅପକ୍ଷ।
ଯୌତୁକ ନିର୍ଯ୍ୟାତନା: ଆଜିକାଲି ଦେଶରେ ଯୌତୁକ ନିର୍ଯ୍ୟାତନା ଘଟଣା ପ୍ରାୟ ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି। କେତେବେଳେ ଯୌତୁକ ପାଇଁ ଶ୍ୱଶୁର ଘର ବୋହୂକୁ ପୋଡ଼ି ମାରିଦେଲେଣି ତ ଆଉ କେତେବେଳେ ବିଷ ଦେଇ ଦେଲେଣି।
ସରକାରଙ୍କ କଡ଼ା ନିୟମ ସତ୍ତ୍ୱେ କିଛି ଲୋକଙ୍କ ମନରୁ ଯୌତୁକ ଲୋଭ କମୁନି। ସେଥିପାଇଁ ବାରମ୍ୱାର ଏପରି ଘଟଣା ସାମ୍ନାକୁ ଆସୁଛି। ଠିକ୍ ସେହିପରି ଏବେ ପୁଣି ଏକ ଯୌତୁକ ନିର୍ଯ୍ୟାତନା ଘଟଣା ପଦାରେ ପଡିଛି।
ଯୌତୁକ ପାଇଁ HIV ଇଞ୍ଜେକ୍ସନ: ଘଟଣାଟି ହେଉଛି ଉତ୍ତରପ୍ରଦେଶ ସହାରନପୁର ଗଙ୍ଗୋହ ଥାନା ଅଞ୍ଚଳର। ଜଣେ ୩୦ ବର୍ଷୀୟା ମହିଳା ତାଙ୍କ ଶ୍ୱଶୁର ଘର ଲୋକଙ୍କ ଯୌତୁକ ଦାବି ପୂରଣ ନହେବାରୁ ତାଙ୍କୁ HIV ସଂକ୍ରମିତ ସିରିଞ୍ଜରେ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ କରିଛନ୍ତି।
ସେ କହିଥିଲେ ତାଙ୍କ ପରିବାର ଲୋକ ତାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଉଥିଲେ। ବିଭିନ୍ନ ପ୍ରକାରର ଯୌତୁକ ଦାବି କରୁଥିଲେ। ଆଉ ଯୌତୁକ ନ ଦେବାରୁ HIV ସଂକ୍ରମଣର ଇଞ୍ଜେକ୍ସନ ଦେଇଦେଇଥିଲେ ଶ୍ୱଶୁର ଘର ଲୋକେ।
ଗାଡ଼ି ସହ ଅଳଙ୍କାର ଦାବି: ୨୦୨୩ ମସିହାରେ ଜଣେ ବୃଦ୍ଧ ବାପା ତାଙ୍କ ଝିଅକୁ ବିବାହ କରିଥିଲେ। ସେତେବେଳେ ଯାନି ଯୌତୁକ ଦେଇ ବାହା କରିଥିଲେ। ହେଲେ ଝିଅର ଶ୍ୱଶ୍ୱର ଘର ଲୋକ ବାରମ୍ୱାର ଯୌତୁକ ମାଗୁଥିଲେ।
ଏକ ଗାଡ଼ି,୧୦ଲକ୍ଷ ଟଙ୍କା ସହ ସୁନାଗହଣା ଯୌତୁକ ମାଗିଥିଲେ ଝିଅର ଶ୍ୱଶ୍ୱର ଘରଲୋକେ। ଯାହାକି ଝିଅର ପରିବାର ଲୋକେ ଦେଇପାରିନଥିଲେ। ଫଳରେ ଝିଅକୁ ଶ୍ୱଶୁର ଘର ଲୋକ ଅକଥନୀୟ ନିର୍ଯ୍ୟାତନା ଦେଉଥିଲେ। ଆଉ ଏବେ HIV ସଂକ୍ରମିତ ଇଞ୍ଜେକ୍ସନ ଦେଇ ଦେଇଥିବା ଅଭିଯୋଗ କରିଛନ୍ତି ଝିଅର ପରିବାର।
ସ୍ୱାମୀ ସହ ୪ ଗିରଫ: ପରେ ଘଟଣାରେ ତଦନ୍ତ କରି ପୋଲିସ ଝିଅର ସ୍ୱାମୀ, ଦେଢଶୁର, ଯା ଓ ଶାଶୁଙ୍କୁ ଗିରଫ କରିଛି। ଅଧିକ ତଦନ୍ତ ଜାରି ରହିଛି।