fbpx

ଉଚ୍ଛେଦ ହୋଇଯିବ DRDA: ରାଜ୍ୟମାନଙ୍କୁ ଅବଗତ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଚ୍ଛେଦ ହେବ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) । ଆସନ୍ତା ୨୦୨୨ ମସିହା ଏପ୍ରିଲ ମାସରୁ ଏହି ବିଭାଗ ହୋଇଯିବ ଅକାମି । ଏହି ବିଭାଗଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କୁ କିପରି ଥଇଥାନ କରାଯିବ, ସେନେଇ ମାର୍ଗଦର୍ଶିକା ଦିଆଯାଇଛି । ଏ ସମ୍ପର୍କରେ ସମସ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଜଣାଇ ଦିଆଯାଇଛି ।

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ସୂଚନା ମୁତାବକ, ରାଜ୍ୟଗୁଡ଼ିକରେ ଜିଲ୍ଲା ପରିଷଦ ସହ ଡିଆରଡିଏକୁ ମିଶ୍ରଣ କରାଯିବ । ଡେପୁଟେସନରେ ଆସି ଡିଆରଡିଏରେ କାର୍ଯ୍ୟରତ କର୍ମଚାରୀଙ୍କୁ ମୂଳ ବିଭାଗକୁ ଫେରାଇ ନିଆଯିବ । ଡିଆରଡିଏରେ ରେଗୁଲାର ନିଯୁକ୍ତି ପାଇଥିବା ଷ୍ଟାଫଙ୍କୁ ସେମାନଙ୍କର ଯୋଗ୍ୟତା ଅନୁଯାୟୀ ଜିଲ୍ଲା ଯୋଜନା କମିଟି ଓ ଅନ୍ୟ ବିଭାଗରେ ନିଯୁକ୍ତି ଦିଆଯିବ । ଏହାଛଡ଼ା ସେମାନଙ୍କୁ ମନରେଗା, ପିଏମଏୱାଇ, ଏନଏସଏପି ଯୋଜନାରେ ନିୟୋଜନ କରାଯିବ । ଆସନ୍ତା ୩୧.୦୩.୨୦୨୨ ସୁଦ୍ଧା ଡିଆରଡିଏରେ ଖର୍ଚ୍ଚ ହୋଇନଥିବା ପାଣ୍ଠିକୁ ଜିଲ୍ଲା ପରିଷଦକୁ ପ୍ରଦାନ କରାଯିବ । ସୂଚନାଯୋଗ୍ୟ ଯେ, ଗାଁରୁ ଗରିବୀ ହଟାଇବା ଲକ୍ଷ୍ୟରେ ୧୯୮୦ ମସିହାରେ ଭାରତ ସରକାର ଡିଆରଡିଏ ପ୍ରତିଷ୍ଠା କରିଥିଲେ । ମନରେଗା, ପିଏମଏୱାଇ, ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ପକ୍କାଘର, ଏନଆରଏଲଏମ, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ଚତୁର୍ଦ୍ଦଶ ଅର୍ଥକମିଶନର ବିଭିନ୍ନ ପ୍ରକଳ୍ପ, ଆମ ଗାଁ ଆମ ବିକାଶ ପରି ବିଭିନ୍ନ ଯୋଜନା ଡିଆରଡିଏ ଅଧୀନରେ କାର୍ଯ୍ୟକାରୀ ହୋଇଆସୁଥିଲା । ପରେ ଜିଲ୍ଲା ପରିଷଦ ଗଠନ ହେବା ପରେ ବିଭିନ୍ନ ସମୟରେ ଅନେକ ସମସ୍ୟା ଉପୁଜିଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

Get real time updates directly on you device, subscribe now.