fbpx

ଖାଲି କ୍ଷୀର ନୁହେଁ ସେଥିରେ ଗୁଡ଼ ମିଶାଇ ପିଅନ୍ତୁ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ

Advertisement

ଓଡିଶା ଭାସ୍କର; ‘ହେଲ୍‌ଥ ଇଜ ୱେଲଥ୍‌’ ଅର୍ଥାତ୍ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ କୁହାଯାଇଥାଏ। ଏହି ଉକ୍ତିଟି କେବଳ ମଣିଷଜଗତ ପାଇଁ ପ୍ରଯୁଜ୍ୟ ତାହା ନୁହେଁ ସମଗ୍ର ଜୀବଜଗତ ପାଇଁ ଏହା ଅତ୍ୟନ୍ତ ଜରୁରୀ। କୌଣସି କାର୍ୟ୍ୟକୁ ସୁଫଳ କରିବାକୁ ହେଲେ ପ୍ରଥମେ ଶରୀର ଓ ମନକୁ ସୁସ୍ଥ ରଖିବାକୁ ପଡ଼ିବ। ଏହି ସୁସ୍ଥ ସ୍ୱାସ୍ଥ୍ୟ ପାଇବାକୁ ହେଲେ ଆମକୁ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ପଡିବ ।

ତେବେ ସ୍ୱାସ୍ଥ୍ୟ ପାଇଁ କ୍ଷୀର କେତେ ଉପକାରୀ ତାହା ସମସ୍ତଙ୍କୁ ଜଣା । କିନ୍ତୁ କ୍ଷୀରରେ ଗୁଡ଼ ମିଶାଇ ପିଇବା ଦ୍ୱାରା କେଉଁ ସବୁ ଉପକାରୀତା ମିଳିଥାଏ ତାହା ଆପଣଙ୍କୁ ଜଣା ଅଛି କି? କ୍ଷୀରରେ ଗୁଡ ପକାଇ ସେବନ କରିବା ,ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଶରୀରକୁ ବିଭିନ୍ନ ପ୍ରକାରର ରୋଗ ବେମାରୀରୁ ରକ୍ଷା କରିବାରେ ସାହାଯ୍ୟ କରେ । ଏହା ପାଟିକୁ ଯେତିକି ସୁଆଦିଆ ଲାଗିଥାଏ ସେତିକି ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ । ଆସନ୍ତୁ ଜାଣିବା ଏହାର ସମସ୍ତ ଉପକାରୀତା ବିଷୟରେ ।

  • ଗୁଡ ମିଶା କ୍ଷୀର ଆପଣଙ୍କୁ ସତେଜ ଓ ଏନର୍ଜି ପ୍ରଦାନ କରିବା ସହ କ୍ୟାଲସିଅମ ଓ ପୋଟାସିଅମ ଯୋଗାଇଥାଏ ।
  • ଉଷୁମ କ୍ଷୀରରେ ଗୁଡ ମିଶାଇ ପିଇବା ଦ୍ୱାରା, ଏହା ଶରୀରରେ ଆଇରନର ଅଭାବକୁ ଦୂର କରିଥାଏ ।
  • ଉଷୁମ କ୍ଷୀରରେ ଗୁଡ ମିଶାଇ ସେବନ କରିବା ଦ୍ୱାରା, ଏହା ପେଟକୁ ସଫା ରଖିବାରେ ସାହାଯ୍ୟ କରେ । ଏହା ସହିତ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ପାଇଁ ମଧ୍ୟ ଏହା ବେଶ ଉପକାରୀ ।
  • ପାଚନତନ୍ତ୍ରକୁ ଭଲ ରଖିବାରେ ସାହାଯ୍ୟ କରେ ଗୁଡ ମିଶା କ୍ଷୀର । ଏହା ପିଇବା ଦ୍ୱାରା, ପାଚନ ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ଏହା ସାହାଯ୍ୟ କରେ ।
  • ଓଜନ ହ୍ରାସ କରିବାରେ ସାହାଯ୍ୟ କରେ, ଗୁଡ ମିଶା କ୍ଷୀର । ଯେଉଁମାନେ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନେ ଏହାକୁ ନିଜ ଡାଏଟରେ ସାମିଲ କରି ପାରିବେ ।
  • ଶୀତଦିନରେ ପ୍ରତିଦିନ କ୍ଷୀରରେ ଗୁଡ ମିଶାଇ ସେବନ କରିବା ଦ୍ୱାରା, ଏହା ତ୍ୱଚାରେ ଚମକ ଆଣିବାରେ ସାହାଯ୍ୟ କରେ । ଏହା ସହିତ ବ୍ରଣ ସମସ୍ୟାକୁ ମଧ୍ୟ କମ୍ କରିବାରେ ସାହାଯ୍ୟ କରେ ।

Get real time updates directly on you device, subscribe now.