ବ୍ୟସ୍ତବହୁଳ ଜୀବନରେ ବର୍ତ୍ତମାନ ହାର୍ଟ ଆଟାକ୍ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏପରିକି କୋଲେଷ୍ଟରଲ, ମଧୁମେହ ଓ ହାଇ ବ୍ଲଡ ପ୍ରେସର୍ କୁ ବି ପଛରେ ପକାଇ ସାରିଲାଣି ହାର୍ଟର ସମସ୍ୟା। କେବଳ ବୟସ୍କ ବ୍ୟକ୍ତିଙ୍କ ଠାରେ ନୁହେଁ କମ୍ ବୟସର ଯୁବକଙ୍କଠାରେ ମଧ୍ୟ ହାର୍ଟ ଆଟାକ୍ ସମସ୍ୟା ଦେଖାଦେଉଛି।
ହାର୍ଟ ଆଟାକ୍ ଆସିବା ପୂର୍ବରୁ କିଛି ଏମିତି ସଙ୍କେତ ଦେଇଥାଏ । ଯାହାକୁ ଅଣଦେଖା କଲେ ଜୀବନ ପ୍ରତି ବିପଦ ଥାଏ । ଏଥିରୁ ରକ୍ଷା ପାଇବା ପାଇଁ କରନ୍ତୁ ଏପରି ।
ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା।
ଗଳାରେ ସମସ୍ୟା ଦେଖା ଦେବା।
ଅଧିକ ସମୟ କାଶ ଲାଗି ରହିବା।
ଅଚାନକ ବାରମ୍ବାର ବାନ୍ତି ଲାଗିବା।
ହଠାତ୍ ଓଜନ ବୃଦ୍ଧି ହେବା।
ମସ୍ତିଷ୍କ କାମ ନ କରିବା।
ପ୍ରତିଦିନ ସକାଳେ ଅଭ୍ୟାସ କରି ଅଧଗ୍ଲାସେ ହଳଦୀ ପାଣି ପିଇଲେ ଅନେକ ଉପକାର ମିଳିଥାଏ। ନିୟମିତ ହଳଦୀମିଶା କ୍ଷୀର ପିଇବା ଦ୍ୱାରା ରକ୍ତ ଜମାଟ ବାନ୍ଧିବା ଆଶଙ୍କା ହ୍ରାସ ପାଏ ଓ ରକ୍ତ ପରିଷ୍କାର ହୁଏ। ଫଳରେ ହାର୍ଟ ଆଟାକ୍ ଆଶଙ୍କା ରୁହେ ନାହିଁ। ହଳଦୀ ପାଣିରେ କ୍ୟାନସର୍ ପ୍ରତିରୋଧକ ଶକ୍ତି ରହିଛି ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଫାଳେ ଲେମ୍ବୁ, ଗୋଟେ ଚାମଚର ଏକ ଚତୁର୍ଥାଂଶ ହଳଦୀ, ଗୋଟେ ଗ୍ଲାସ୍ ଗରମ ପାଣି ଓ ଅଳ୍ପ ମହୁ ମିଶାଇ ଏହାକୁ ପ୍ରସ୍ତୁତ କରାଯାଏ। ହାର୍ଟ ପାଇଁ ହଳଦୀ ପାଣି ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ହଳଦୀରେ କରକ୍ୟୁମିନ୍ କେମିକାଲ୍ ରହିଛି। ଏହା ଏକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡାଣ୍ଟ ଭାବେ କାମ କରିଥାଏ। ଏହା କ୍ୟାନସର୍ ସୃଷ୍ଟି କରୁଥିବା କୋଷିକାଗୁଡିକୁ ନଷ୍ଟ କରି ଦିଏ । ନିୟମିତ ହଳଦୀ ପାଣି ପିଇଲେ ପାଚନ ଶକ୍ତି ବୃଦ୍ଧି ପାଇଥାଏ। ହଜମ ପ୍ରକ୍ରିୟା ବୃଦ୍ଧି ପାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗରୁ ମୁକ୍ତି ମିଳେ। ଏହା ଶରୀରରେ ମେଦ ବୃଦ୍ଧି ହେବାକୁ ଦେଇ ନ ଥାଏ।