fbpx

ମଦ ପିଉଥିଲେ ସାବଧାନ, ମା’-ବାପା ହୋଇପାରିବେନି!

ଓଡ଼ିଶା ଭାସ୍କର ବ୍ୟୁରୋ: ଆଲକହଲ୍ ବା ମଦ୍ୟପାନ ଆଜିକାଲି ସାଧାରଣ କଥା ହୋଇଗଲାଣି । ପାର୍ଟି ନାଁରେ ହେଉ କି କିଛି ସ୍ପେସାଲ୍ ଅକାଜେନ୍, ଲୋକେ ଟିକେ ମଜା କରିବାକୁ ପରସ୍ପରକୁ ଅଫର୍ କରନ୍ତି । ତେବେ ମଦ ପିଉଥିଲେ ସାବଧାନ! ଏହି କାରଣରୁ ଆପଣ ଖାଲି କ୍ୟାନ୍ସର୍ ଭଳି ମାରାତ୍ମକ ରୋଗର ଶିକାର ହେଉନାହାନ୍ତି, ଏହି ଆଶଙ୍କା ସହିତ ହୁଏତ ମା’-ବାପା ହେବାରୁ ମଧ୍ୟ ବଞ୍ଚିତ ରହିପାରନ୍ତି । ଏକ ନୂତନ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋିଛି । ନିକଟରେ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ମହିଳା ଓ ପୁରଷଙ୍କ ମଧ୍ୟରେ ଇନଫର୍ଟିଲିଟି ରହିବାର ୩୫ ପ୍ରତିଶତ କାରଣ ହେଉଛି ଆଲକହଲ୍ ବା ମଦ ।

ଅଧ୍ୟୟନରୁ ମିଳିଥିବା ତଥ୍ୟ ଅନୁସାରେ ଅଧିକ ମଦ୍ୟପାନ କରିବା ବା ରେଗୁଲାରଲି ପିଇବା ଫଳରେ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଏହା ଘାତକ ସାବ୍ୟସ୍ତ ହୋଇପାରେ । ପୁରୁଷଙ୍କ ସ୍ପର୍ମ ହ୍ରାସ କରିବା ସହ ମହିଳାଙ୍କ ଡିମ୍ବାଣୁ ନଷ୍ଟ କରିଥାଏ ମଦ । ଯେଉଁ ପୁରୁଷ ପ୍ରତି ୨ ଘଣ୍ଟା ବ୍ୟବଧାନରେ ୫ ଥର ଡ୍ରିଙ୍କ୍ସ କରୁଥିବା ଏବଂ ସପ୍ତାହରେ ୧୪ ଡ୍ରିଙ୍କ୍ସରୁ ଅଧିକ ନେଉଥିଲେ ଟେଷ୍ଟୋଷ୍ଟେରୋନ୍ ଲେଭେଲ୍ କମି ଯାଇଥାଏ । ଫଳରେ ଶୁକ୍ରାଣୁ ସଂଖ୍ୟା କମିବାରେ ଲାଗିଥାଏ ।

ସେହିପରି ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ସମସ୍ୟା ଦେଖାଯାଇଥାଏ । ଗର୍ଭବତୀ ଅବସ୍ଥାରେ ମଦ ପିଇଲେ ତ ଆହୁରି ସାଂଘାତିକ ହୋଇପାରେ । ପେଟରେ ଶିଶୁର ବିକାଶରେ ମଧ୍ୟ ବାଧା ହୋଇପାରେ । ସେହିପରି ପୂର୍ବରୁ ରେଗୁଲାର୍ ବା ଅଧିକ ମଦ ପିଉଥିଲେ ତାହା ଜଣେ ମହିଳାଙ୍କ ପ୍ରଜନନ କ୍ଷମତାରେ ଗଭୀର ସମସ୍ୟା ସୃଷ୍ଟି କରେ ଏବଂ ଗର୍ଭବତୀ ନହେବାର ଆଶଙ୍କା ବଢ଼ିଯାଏ । ଏଣୁ ସୁସ୍ଥ ଜୀବନ ଓ ଦାମ୍ପତ୍ୟ ଜୀବନରେ ସନ୍ତାନ ସୁଖ ପାଇଁ ପରସ୍ପର ସହମତିରେ ଅନ୍ତତଃ ୬ ମାସ ପାଇଁ ମଦପାନ ବନ୍ଦ କରିବା ଦରକାର ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.