fbpx

ଖାଇବା ସମୟରେ ବାରମ୍ବାର ପାଣି ପିଇବାର ଅଭ୍ୟାସ ଅଛି କି ? ହୋଇଯାଆନ୍ତୁ ସାବଧାନ, ନଚେତ୍ ହୋଇପାରେ ଏହି ସମସ୍ୟା

ଆଜିର ବ୍ୟସ୍ତ ବହୁଳ ଜୀବନରେ ଆମେ ଆମ  ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ପ୍ରକାର ଉପାୟ ଅବଲମ୍ବନ କରିଥାଉ । ତେବେ ଆମ ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିବ ଏହା ଆମ ଖାଦ୍ୟଶୈଳୀ ଉପରେ ନିର୍ଭର କରିଥାଏ । ତେବେ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଖାଇବା ସମୟରେ ବାରମ୍ବାର ପାଣି ପିଇଥାନ୍ତି । ଯାହା ଦ୍ୱାରା ତାଙ୍କୁ ଖାଦ୍ୟ ଢୋକିବାରେ ତାଙ୍କୁ ସହଜ ହୋଇଥାଏ । ତେବେ ଏପରି ଖାଉଥିବା ବ୍ୟକ୍ତିମାନେ ନିଜ ଶରୀର କ୍ଷତି ସେମାନେ ନିଜେ ହିଁ କରିଥାନ୍ତି । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଖାଇବା ସମୟରେ ବାରମ୍ବାର ପାଣି ପିଇବା ଦ୍ୱାରା ଏହା ଆମ ଶରୀରରେ କେଉଁ ପ୍ରକାରର କ୍ଷତି କରିଥାଏ । ।

ହଜମ ପ୍ରକ୍ରିୟାରେ ସମସ୍ୟା: ଖାଇବା ସମୟରେ ବାରମ୍ବାର ପାଣି ପିଇବା ଦ୍ୱାରା ଏହା ଆମ ହଜମ ପ୍ରକ୍ରିୟାରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଖାଇବା ସମୟରେ ପଣି ପିଇଲେ ପେଟରେ ଥିବା ଡାଇଜେଷ୍ଟିବ ଏନଜାଇମ୍ ପତଳା ହୋଇଯାଇଥାଏ । ଯହା ଦ୍ୱାରା ଆପଣଙ୍କ ପେଟ ବାହାରି ଥାଏ । ଏଥି ସହିତ ହଜମ ମଧ୍ୟ ସଠିକ୍ ରୂପରେ ହୋଇ ନଥାଏ ।

ଖାଇବାର କେତେ ସମୟ ପରେ ପାଣି ପିଇବା ଉଚିତ୍: ସାଧାରଣତଃ କିଛି ଲୋକେ ଖାଇସାରିବା ପରେ ତୁରନ୍ତ ପାଣି ପିଇଥାନ୍ତି । ଯାହାକି ଶରୀର ପାଇଁ କ୍ଷତି କାରକ ହୋଇଥାଏ । ତେଣୁ ଆପଣ ଖାଇସାରିବାର ପାଖାପାଖି ଆଧା ଘଣ୍ଟା ପରେ ପାଣି ପିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିବା ସହ ପାଚନ ମଧ୍ୟ ସଠିକ୍ ହୋଇଥାଏ ।

Get real time updates directly on you device, subscribe now.