ବସ୍ତ୍ର ଗୋଦାମ ନାଁରେ ଚାଲିଥିଲା ଡ୍ରଗ୍ସ ତିଆରି, ପହଞ୍ଚିଲା STF, ଖୋଲିଗଲା ଗୁମର

ଧରାପଡ଼ିଲା ଡ୍ରଗ୍ସ ତିଆରି କରୁଥିବା ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ସିଂଥେଟିକ ଟ୍ରଗ୍ସ ଫ୍ୟାକ୍ଟରୀର ପର୍ଦ୍ଦାଫାଶ ଘଟିଛି। ଏସଟିଏଫ ୮୧୨ଟି ଗ୍ରାମ ମେଫେଡ୍ରାନ ଏବଂ ଡ୍ରଗ୍ସ ତିଆରି କରୁଥିବା ଅନ୍ୟ ଜିନିଷ ଧରଛି। ଏହି ସମୟରେ ସିଂଥେଟିକ ଡ୍ରଗ୍ସ ନିର୍ମାଣକାରୀ ଜିନିଷ ସହ ଦୁଇଜଣଙ୍କୁ ଗିରଫ କରାଯାଇଛି।

ଉତ୍ତର ପ୍ରଦେଶର ସ୍ପେଶାଲ ଟାସ୍କ ଫୋର୍ସ ସିନ୍ଥେଟିକ ଡ୍ରଗ୍ସର ବେପାର କରୁଥିବା ଲୋକଙ୍କର ଖୁଲାସା କରିଛି। ଏହି ଗୋଦାମ ବାହାରେ ଲେଖାଯାଇଥିଲା ଯେ, ଏହା କପଡ଼ା ଗୋଦାମ। ହେଲେ ଭିତରେ ଚାଲିଥିଲା ସିନ୍ଥେଟିକ ଡ୍ରଗ୍ସ।

ଏହି ଡ୍ରଗ୍ସ ପ୍ରସ୍ତୁତ କରିବା ଲାଗି ବ୍ୟବହାର କରାଯାଉଥିବା କେମିକାଲ ଏବଂ ଉପକରଣ ମଧ୍ୟ ଜବତ କରାଯାଇଛି। ଏହି ତଦନ୍ତ ମହାରାଷ୍ଟ୍ରର ଠାନେର ଏଣ୍ଟି ନାରକୋଟିକ୍ସ ଷ୍ଟାଫ ଫୋର୍ସ ଏବଂ ଏସଟିଏଫ ମାଧ୍ୟମରେ ଜଏଣ୍ଟ ଅପରେସନରେ ସଫଳ ମିଳିଛି। ଏଠାରେ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ।