fbpx

ଦୁଷ୍କର୍ମ ମାମଲାର ୨ ବର୍ଷ ପରେ ଅଭିଯୁକ୍ତ ଧରିଲା ପୋଲିସ, ନ୍ୟାୟ ଅପେକ୍ଷାରେ ଥିଲା ପୀଡିତା

ପାଟଣାଗଡ (ଓଡ଼ିଶା ଭାସ୍କର) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅଞ୍ଚଳର ଜନୈକା ଯୁବତୀକୁ ଗତ ୨୦୧୯ ମାର୍ଚ୍ଚ ୨୦ ତାରିଖରେ ଦୁଷ୍କର୍ମ କରିଥିବା ନେଇ ଭଇଁଷା ଗ୍ରାମର ଅରୁଣ ପୋଢଙ୍କ ବିରୋଧରେ କେସ ନମ୍ବର ୬୭/୧୯ ରେ ଦୁଷ୍କର୍ମ ଓ ହରିଜନ ଆଦିବାସୀ ନିର୍ଯାତନା ଆଇନର ଏକ ମାମଲା ରୁଜୁ ହୋଇଥିଲା । ମାମଲା ରୁଜୁ ହେବାପରେ ଅଭୁଯୁକ୍ତ ଜଣକ ପୋଲିସର ଗିରଫଦାରୀକୁ ଏଡାଇବା ପାଇଁ ସେବେଠାରୁ ସେ ଫେରାର ହୋଇଯାଇଥିଲା ।

ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢାଉ କରି ମଧ୍ୟ ଅଭିଯୁକ୍ତର ଟେର୍‌ ପାଇପାରି ନଥିଲା । ଦୀର୍ଘ ଦୁଇ ବର୍ଷରୁ ପରେ ସେ ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ସହରର ଏକ କପଡା ଶିଳ୍ପରେ କାମ କରୁଥିଲା । କିଛି ଦିନ ହେବା ସେ ଗାଁକୁ ଫେରିଥିଲା । ତେବେ ଶନିବାର ସକାଳେ ଭଇଁଷାସ୍ଥିତ ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଭିଯୁକ୍ତ ଅରୁଣ କରୋନା ଟିକା ନେବାକୁ ଆସିଥିବାବେଳେ ଏ ସମ୍ପର୍କରେ ଏସଡିିଓ ଜ୍ୟୋତିର୍ମୟ ଭୁକ୍ତ କୌଣସି ବିଶେଷ ସୂତ୍ରରୁ ଖବର ପାଇଥିଲେ ।

ଏସଡି ପିଓ ଶ୍ରୀ ଭୁକ୍ତା କାଳବିଳମ୍ବ ନକରି ଏସଆଇ ବିଷ୍ଣ୍ରୁଶାଦ ଶବରଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଅଭିଯୁକ୍ତକୁ ସେହି ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରୁ ଗରିଫ କରି ପାଟଣାଗଡ ଥାନାକୁ ଆଣିଥିଲେ । ଆନୁସାଙ୍ଗିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ପୋଲିସ ଉପରୋକ୍ତ ମକଦମାରେ ଅଭିଯୁକ୍ତ ଅରୁଣକୁ କୋର୍ଟ ଚାଳାଣ କରିଥିଲା । କୋର୍ଟରେ ତାର ଜାମିନ ନାମଞ୍ଜୁର ହେବାରୁ ତାକୁ ପାଟଣାଗଡ ଉପକାରାଗାରକୁ ପାଠାଇ ଦିଆଯାଇଥିବା ଏସିଡିିଓ ଶ୍ରୀ ଭୁକ୍ତା ସୂଚନା ଦେଇଛନ୍ତି । ଦୁଇ ବର୍ଷରେ ପୀଡିତାଙ୍କ ପରିବାର ନ୍ୟାୟ ପାଇଥିବାରୁ ପାଟଣାଗଡ ଏସଡିିଓ ଓ ପାଟଣାଗଡ ପୋଲିସକୁ ଧନ୍ୟବାଦ ଦେଇଥିବା ପରିବାର ପକ୍ଷରୁ ଜଣାପଡିଛ

Get real time updates directly on you device, subscribe now.