(ଭାଇରାଲ ଭିଡିଓ) DSPଙ୍କ ସ୍ତ୍ରୀଙ୍କୁ ସବୁ ମାଫ! ନିୟମ ଭାଙ୍ଗିଲେ ଅଫିସରଙ୍କ ସ୍ତ୍ରୀ, ଡ୍ରାଇଭର ନାଁରେ ମାମଲା

ସୋସିଆଲ ମିଡିଆରେ ଘୁରିବୁଲୁଛି ଭିଡିଓ । ନିରିହ ଡ୍ରାଇଭର ଭୋଗୁଛି ଦଣ୍ଡ ।

ରାୟପୁର: ଛତିଶଗଡ଼ରେ ରାଜନୈତିକ ମାହୋଲ ସରଗରମ ରହିଛି । ତା’ ପୁଣି ଗଣେ ପୋଲିସ ଅଫିସରଙ୍କ ସ୍ତ୍ରୀଙ୍କୁ ନେଇ ।

ଛତିଶଗଡ଼ର ସିନିୟର ପୋଲିସ ଅଫିସରଙ୍କ ସ୍ତ୍ରୀ ଅଫିସ ଗାଡ଼ିରେ ବସି ନିଜ ବାର୍ଥଡେ’ ପାଳିଛନ୍ତି । ଅଫିସରଙ୍କ ସ୍ତ୍ରୀ କାର୍ ବୋନେଟରେ ବସିଥିବାବେଳେ ଆଉ ଦୁଇ ମହିଳା ପଛ ଡୋର ଖୋଲି ଛିଡ଼ା ହେବା ସହ ଜଣେ ଡିକିରେ ଏବଂ ଅନ୍ୟ ଜଣେ ସନରୁଫରେ ବେଲୁନ ଧରି ଛିଡ଼ା ଥିବା ଦେଖିବାକୁ ମିଳିଛି ।

ଡିଏସପି ତସଲିମ ଆରିଫଙ୍କ ସ୍ତ୍ରୀ ଫରହିନ ଖାନଙ୍କ ଜନ୍ମଦିନ ପାଳନ ଅଭସରର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ବାବୁ କିମ୍ବା ତାଙ୍କ ସ୍ତ୍ରୀ ଉପରେ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରା ନ ଯାଇ ଓଲଟା କାର ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ସରକାରୀ ଗାଡ଼ିକୁ ବ୍ୟକ୍ତିଗତ ବ୍ୟବହାରରେ ଲଗାଯାଇ ପାରିବ ନାହିଁ । ଯେଉଁ କାରଣରୁ ଏ ଘଟଣାକୁ ନେଇ ରାଜ୍ୟରେ ଆଲୋଚନା ଆରମ୍ଭ ହୋଇଛି ।

ଏ ନେଇ ରାଜ୍ୟ କଂଗ୍ରେସ ରାଜ୍ୟକୁ ଶାସନ କରୁଥିବା ଭାଜବା ସରକାଙ୍କୁ ଟାର୍ଗେଟ କରିଛି ।