fbpx

ଭୂକମ୍ପରେ ଥରିଲା ମିଜୋରାମ, ତୀବ୍ରତା ୫.୬ ରେକର୍ଡ

ନୂଆଦିଲ୍ଲୀ :ମିଜୋରାମରେ ଭୂକମ୍ପ ଝଟକା । ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫-୬ ଥିଲା । ମିଜୋରାମର ଚମ୍ପାଇ ଠାରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏହି ଭୂକମ୍ପ ଏତେ ଜୋରରେ ହୋଇଥିଲା ଯେ ମିଜୋରାମ ସମେତ ମଣିପୁର ,ଆସାମ ଓ ଉତ୍ତର ବଙ୍ଗରେ ମଧ୍ୟ ଝଟକା ଅନୁଭବ ହୋଇଛି । ସୂଚନା ଅନୁସାରେ ଭୂକମ୍ପ ୩ ଟା ୪୨ ରେ ହୋଇଛି । ଏହି ଭୂମିକମ୍ପର ଗଭୀରତା ଥିଲା ୬୦ କିମ ବୋଲି ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ହେଲେ ଏହି କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.