ଭୂମିକମ୍ପରେ ଦୋହଲିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ଆଫଗାନିସ୍ତାନରେ ଭୂମିକମ୍ପ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଶନିବାର ଦିନ ଭୂମିକମ୍ପର ଝଟକା ଯୋଗୁଁ ଲୋକଙ୍କ ମଧ୍ୟରେ କୋଳାହଳ ବଢିଯାଇଛି।

ସୂଚନା ମୁତାବକ, ଆପଗାନିସ୍ତାନରେ ଆସିଥିବା ଭୂମିକମ୍ପର ତୀବ୍ରତା ୪.୫ ରହିଛି। ନେସନାଲ ସେଣ୍ଟର ଫର ସୀସ୍ମୋଲୋଜୀ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ, ଭୂମିକମ୍ପ ୧୨୦ କିମି ଦୂରରେ ଆସିଥିଲା।

ଏହା ପୂର୍ବରୁ ୧୯ ମେ’ ରେ ଆଫଗାନିସ୍ତାନରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏନସିଏସ ଏକ୍ସରେ ଏକ ପୋଷ୍ଟରେ କହିଛି ଯେ, ଭୂମିକମ୍ପ ଭାରତୀୟ ସମୟାନୁସାରେ ସକାଳ ୮.୫୪ରେ ଆସିଥିଲା।

ଭୂମିକମ୍ପର କେନ୍ଦ୍ର ଭୂଇଁରୁ ୧୪୦ କିମି ତଳେ ଥିଲା। ଏହା ପୂର୍ବରୁ ୧୮ ତାରିଖରେ ଆଫଗାନିସ୍ତାନରେ ୪.୫ ତୀବ୍ରତାର ଭୂମିକମ୍ପ ଆସିଥିଲା।