fbpx

ଆସାମରେ ୩.୭ ତୀବ୍ରତାର ଭୂମିକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ

ଆସାମ: ଗୁରୁବାର ସକାଳେ ଆସାମରେ ଭୂମିକମ୍ପ ଅନୁଭୁତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଗୁରୁବାର ସକାଳ ପ୍ରାୟ ୧୦:୧୯ରେ ତେଜପୁର ଠାରୁ ୩୫ କିମି ଦୂରରେ ପଶ୍ଚିମ-ଦକ୍ଷିଣ କ୍ଷେତ୍ରରେ ଭୂମିକମ୍ପ ଆସିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ରହିଛିି । ତେବେ ଭୂକମ୍ପରେ କ୍ଷୟକ୍ଷତିର ସୂଚନା ମିଳିନାହିଁ । ଭୂମିକମ୍ପ ଝଟକା ଅନୁଭୁତ ହେବା ପରେ ଲୋକେ ବାହାରକୁ ଚାଲିଆସିଥିଲେ ।

ସେପଟେ ଗୁରୁବାର ଦ୍ୱିପ୍ରହର ୩ ଟା ୧୫ ମିନିଟରେ ଭୂମିକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ରହିଛି । ସୂଚନା ଅନୁଯାୟୀ ଏହାର କେନ୍ଦ୍ର ୨୨୩ କିମି ଦୂରରେ ଉତ୍ତର ପଶ୍ଚିମରେ ରହିଛି । ତେବେ କ୍ଷୟକ୍ଷତିର ମଧ୍ୟ କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.