ନୂଆଦିଲ୍ଲୀ: ସକାଳୁ ସକାଳୁ ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ ସମୟ ପ୍ରାୟ ୫ଟା ୩୬ରେ ଏନସିଆର ବାସିନ୍ଦା ଭୂକମ୍ପ ଝଟକା ଅନୁଭବ କରିଛନ୍ତି ।
୪ ମାଗନିଚ୍ୟୁଟ ତୀବ୍ରତା ବିଶିଷ୍ଟ ଭୂକମ୍ପର ଗଭୀରତା ୫ କିଲୋମିଟର ଥିବା ଜଣାପଡ଼ିଛି । ଦିଲ୍ଲୀ ଏନସିଆର୍ ସମେତ ନୋଏଡା, ଇନ୍ଦିରାପୁରମ ଇତ୍ୟାଦି ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଝଟକା ପରେ ଲୋକ ଘରୁ ବାହାରକୁ ଚାଲିଆସିଥିଲେ ।
ସ୍ଥାନୀୟ ଅଞ୍ଚଳରେ ଭୂକମ୍ପ ପରର ଝଟକା ଅନୁଭୂ୍ତ ହେବାର ଆଶଙ୍କା ଥିବାନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ସତର୍କ କରିଛନ୍ତି । ଜଳାଶୟ ନିକଟରେ ସ୍ଥାନୀୟ ଅଞ୍ଚଳ ରହିଥିବା କାରଣରୁ ପ୍ରତି ବର୍ଷ ୨ରୁ ୩ଟି ଭୂକମ୍ପ ଝଟକା ସ୍ଥାନୀୟ ଅଞ୍ଚଳରେ ଅନୁଭୂତ ହେଇଥିବା ସେଠାକାର କିଛି ଲୋକ କହିଛନ୍ତି ।