fbpx

ଜାପାନରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ନୂଆଦିଲ୍ଲୀ: ଜାପାନର ଇଶିକାୱା ସୀମାରେ ସୋମବାର ଦିନ ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପର ତୀବ୍ରତା ୫.୯ ରିକ୍ଟର ସ୍କେଲରେ ମପାଯାଇଛି । ଭୂମିକମ୍ପ ହେବା ମାତ୍ରେ ଲୋକେ ଭୟଭୀତ ହୋଇ ଘରୁ ବାହାରିଯାଇଛନ୍ତି । ଜାପାନ ପାଣିପାଗ ବିଭାଗ କତ୍ତୃପକ୍ଷଙ୍କ ଅନୁଯାୟୀ, ଭୂମିକମ୍ପ ସୋମବାର ସକାଳ ୬ଟା ୩୧ ମିନିଟରେ ଆସିଥିଲା ଏବଂ ଭୂମିକମ୍ପର କେନ୍ଦ୍ର ଭୂମିରୁ ୧୦ କିଲୋମିଟର ଗଭୀରରେ ଥିଲା ।

ଏଥିସହ ଏହାର ପାଖ ସହରରେ ମଧ୍ୟ ରିକ୍ଟର ସ୍କେଲରେ ୫ରୁ କମ ତୀବ୍ରତାର ଭୂମିକମ୍ପ ଅନୁଭୁତ ହୋଇଥିବା ମପାଯାଇଛି । ସେହିଭଳି ନାନାଓ ଏବଂ ଅନାମିଜୁ ଶହର ସହ ନିଗାଟା ସୀମାର କିଛି ଭାଗରେ ୪ ତୀବ୍ରତାର ଝଟକା ଜାରି କରାଯାଇଛି ।

Get real time updates directly on you device, subscribe now.