ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପ୍ରତିଦିନ ଭୂକମ୍ପ ଖବର ସାମ୍ନାକୁ ଆସୁଛି । ଏହାରି ଭିତରେ ପୁଣିଥରେ ଚିଲିରେ ଭୂକମ୍ପ ହୋଇଥିବା ଜଣାପଡିଛି ।
ଦକ୍ଷିଣ ଆମେରିକୀୟ ଦେଶ ଚିଲିର ଭୂମି ଭୂମିକମ୍ପ ଝଟରେ ଥରି ଉଠିଥିଲା। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.7 ମାପ କରାଯାଇଛି ।
ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ (GFZ) ରିପୋର୍ଟ କରିଛି ଯେ ଉତ୍ତର ଚିଲିରେ 5.7 ତୀବ୍ରତାର ଭୂମିକମ୍ପ ଘଟି ଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ୧୭୮ କିଲୋମିଟର ଗଭୀରତାରେ ଥିଲା।
ଯଦିଓ ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ଖବର ନାହିଁ, ତଥାପି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି । ଭୂମିକମ୍ପ ହେବା ମାତ୍ରେ ସେମାନେ ଘରୁ ବାହାରକୁ ଆସିଯାଇଥିବା ଜଣାପଡିଛି ।
ପ୍ରକାଶଥାଉକି, ଗତ ମାର୍ଚ୍ଚ 7 ତାରିଖରେ ମଧ୍ୟ ଭୂକମ୍ପ ହୋଇଥିଲା । ଦକ୍ଷିଣ ଆମେରିକୀୟ ଦେଶ ଚିଲିର ଉତ୍ତର ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିପୋର୍ଟ ଅନୁସାରେ ଏହାର ତୀବ୍ରତା 6.1 ଥିଲା। ଏହାର ଝଟକା ଆର୍ଜେଣ୍ଟିନା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା।