ଭୂମିକମ୍ପରେ ଥରିଲା ଗ୍ରୀସ, ୫ ମିନଟରେ ଦୁଇଥର ଦୋହଲିଲା ଭୂଇଁ

ନୂଆଦିଲ୍ଲୀ: ୟୁରୋପର ପ୍ରସିଦ୍ଧ ଦେଶ ଗ୍ରୀସ ଅର୍ଥାତ ୟୂନାନରେ ରବିବାର ଦିନ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଉତ୍ତର ଗ୍ରୀସରେ ରବିବାର ସଂଧ୍ୟାରେ ୫.୨ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ସବୁଠାରୁ ଭୟଙ୍କର କଥା ହେଉଛି, ଭୂମିକମ୍ପର ଦ୍ୱିତୀୟ ଝଟକା ୪ ମିନିଟ ପରେ ଅନୁଭୂତ ହୋଇଥିଲା, ଯାହାକି ଶକ୍ତିଶାଳୀ ବୋଲି କୁହାଯାଉଛି। ଦ୍ୱିତୀୟ ଭୂମିକମ୍ପ ଝଟକାର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ମପାଯାଇଛି। ଲଗାତାର ଭୂମିକମ୍ପ ଝଟକା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି।

ଏଥେନ୍ସ ଇନଷ୍ଟିଚ୍ୟୁଟ ଜିଓଡାୟନାମିକ୍ସ ସୂଚନା ଦେଇଛି ଯେ, ରବିବାର ଦିନ ଭୂମିକମ୍ପ ଗ୍ରୀସର ସବୁଠୁ ଦ୍ୱିତୀୟ ବଡ ସହର ଥେସାଲୋନିକୀରେ ହାରାହାରି ୪୦କିମି ଦକ୍ଷିଣ-ପୂର୍ବରେ ଚାଲକୀଦିକି ପ୍ରାୟଦ୍ୱୀପର ତଟରେ ଆସିଥିଲା। ଭୂମିକମ୍ପର ଝଟକା ସ୍ଥାନୀୟ ସମୟାନୁସାରେ ସଂଧ୍ୟା ୭ଟା ୩୦ ମିନଟରେ ଆସିଥିଲା। ସେହିପରି ଦ୍ୱିତୀୟ ଝଟକା ପାଖାପାଖି ୪ ମିନିଟ ପରେ ଲାଗିଥିଲା। ଭୂମିକମ୍ପର କେନ୍ଦ୍ର ଭୂମିର ୧୫.୯ କିମିର ଗଭୀରରେ ଥିଲା।