କ୍ଷୀରରେ କାଜୁ ଭିଜାଇ ଖାଇଲେ ବଢ଼ିଥାଏ ଓଜନ, ମିଳିଥାଏ ଅନେକ ସ୍ୱାସ୍ଥ୍ୟ ଫାଇଦା

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ଡ୍ରାଏ ଫ୍ରୁଟ୍ସ ଖାଇବା ପସନ୍ଦ କରିଥାନ୍ତି । ଡ୍ରାଏଫ୍ରୁଟ୍ସରେ ଥିବା ପୋଷକ ତତ୍ୱ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏଥିମଧ୍ୟରେ କାଜୁ ଅନ୍ୟତମ । କାଜୁରେ ଫାଇବର, କ୍ୟାଲସିୟମ ଭିଟାମିନ୍ ‘କେ’, ଭିଟାମିନ୍ ‘ବି୬’, ମ୍ୟାଗନେସିୟମ, ମ୍ୟାନଗାନିଜ୍‌, ଜିଙ୍କ୍‌, ଲୌହ, ଫସଫରସ ଭଳି ଅନ୍ୟାନ୍ୟ ପୋଷକ ତତ୍ୱ ରହିଛି । ଏକ ଅଧ୍ୟୟନରୁ ପ୍ରକାଶ କି କାଜୁରେ ଅନସାଚ୍ୟୁରେଟେଡ୍ ଫ୍ୟାଟ୍ସ ରହିଛି । କାଜୁ ଭଳି ଅନ୍ୟାନ୍ୟ ଡ୍ରାଏ ଫ୍ରୁଟ୍ସ ସେବନ କରିବା ଦ୍ୱାରା ରକ୍ତଚାପ ଏବଂ କଲେଷ୍ଟ୍ରୋଲ ସ୍ତର ନିୟନ୍ତ୍ରିତ ରହିଥାଏ । ଏନିମିଆ, ରକ୍ତଶର୍କରା, ହୃଦରୋଗ, ଓଜନ ବୃଦ୍ଧି ପାଇଁ ଲାଭଦାୟକ ଅଟେ । ତେବେ ସାଧାରଣ ବ୍ୟକ୍ତି ପାଇଁ ଦୈନିକ ୪୦ରୁ ଅଧିକ କାଜୁ ସେବନ କରିବା କ୍ଷତିକାର ଅଟେ । ଅପରପକ୍ଷରେ ଜଣେ ଆଥଲିଟ୍ ଦିନକୁ ୩୦-୪୦ କାଜୁ ସେବନ କରିପାରିବ କାରଣ ସେମାନଙ୍କ ମେଟାବଲିଜିମ୍ ଅଧିକ ରହିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ନିୟମିତ କ୍ଷୀରରେ ଭିଜାଯାଇଥିବା କାଜୁ ଖାଇଲେ ନିମ୍ନଲିଖିତ ଫାଇଦା ମିଳିଥାଏ ।

୧. କ୍ଷୀରରେ କାଜୁ ଭିଜାଇ ଖାଇଲେ ଏହାର ପୋଷକ ତତ୍ୱ ବୃଦ୍ଧି ପାଇଥାଏ । କାଜୁରେ ଥିବା ପ୍ରୋଟିନ୍‌, କାର୍ବୋହାଇଡ୍ରେଟ ଏବଂ ହେଲ୍‌ଦୀ ଫ୍ୟାଟ୍ସ କ୍ଷୀରରେ ଥିବା କ୍ୟାଲସିୟମ, ଭିଟାମିନ୍ ‘ଡି’ ଏବଂ ବି ୧୨ ସହ ମିଶି ଉତ୍ତମ ଉର୍ଜ୍ଜାର ସ୍ରୋତ ପାଲଟିଥାଏ ।

୨. ଏହା ହାଡ଼କୁ ମଜବୁତ କରିବାରେ ସହାୟକ ହୋଇଥାଏ ।

୩. କାଜୁରେ ଥିବା ଓମେଗା ୩ ଏବଂ ଓମେଗା ୬ ଫ୍ୟାଟି ଏସିଡ୍ ମସ୍ତିଷ୍କ ପାଇଁ ଲାଭଦାୟକ ଅଟେ । ଏହା ଦ୍ୱାରା ସ୍ନାୟୁ ପ୍ରଣାଳୀ ମଜବୁତ ହୋଇଥାଏ ।

୪. କାଜୁରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ‘ଇ’ ତ୍ୱଚାର ନମନୀୟତା ଏବଂ ଉଜ୍ଜ୍ୱଳତା ବଜାୟ ରଖିଥାଏ ।

୫. କାଜୁରେ ଥିବା ଫାଇବର ପାଚନ ଜନିତ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ ।

୬. କାଜୁ ଏବଂ କ୍ଷୀରର ମିଶ୍ରଣ ଓଜନ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.