fbpx

ରନ୍ଧା ଖାଦ୍ୟକୁ ଅଧିକ ବିଳମ୍ବରେ ଖାଇଲେ ଭୋଗିପାରନ୍ତି ଏହି ସମସ୍ୟା :ଜାଣନ୍ତୁ କ’ଣ କହୁଛି WHO

Advertisement

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ପ୍ରତିବର୍ଷ ସାରା ବିଶ୍ୱରେ ୪ ଲକ୍ଷରୁ ଅଧିକ ଲୋକ ଦୂଷିତ ଖାଦ୍ୟ ଖାଇବା କାରଣରୁ ମୃତ୍ୟୁବରଣ କରିଥାନ୍ତି । ଅନେକ ଲୋକ କେବଳ ଦୂଷିତ ଖାଦ୍ୟ ସେବନ କରି ନିଜ ଜୀବନକୁ ବିପଦାମୁଖି କରିଦେଇଥାନ୍ତି । ତେବେ ଏହି ସମସ୍ୟା ପାଇଁ ଲୋକଙ୍କର ଖାଦ୍ୟ ଖାଇବାର ଖରାପ ଅଭ୍ୟାସ ହିଁ ଦାୟୀ ଅଟେ। ଖାଦ୍ୟକୁ ରାନ୍ଧିବା ପରେ ସଙ୍ଗେ ସଙ୍ଗେ ନଖାଇ ତାହାକୁ ବିଳମ୍ବରେ ଖାଇବା ଅନେକ ଲୋକଙ୍କର ଅଭ୍ୟାସ ରହିଥାଏ । ତେବେ ଏହି ଅଭ୍ୟାସ ହିଁ ଅନେକ ରୋଗର କାରଣ ସାଜିଥାଏ । ତେଣୁ ଖାଦ୍ୟକୁ ବିଳମ୍ବରେ ନଖାଇ ଶୀଘ୍ର ଖାଇବାକୁ who ପକ୍ଷରୁ ପରାମର୍ଶ ଦିଆଯାଇଛି ।

ପ୍ରତିବର୍ଷ ସାରା ବିଶ୍ୱରେ ୬୦ କୋଟି ଲୋକ ଦୂଷିତ ଖାଦ୍ୟ ଖାଇବା କାରଣରୁ ବେମାରଗ୍ରସ୍ତ ହୋଇଥାନ୍ତି । ତେଣୁ ଖାଦ୍ୟ ଜନିତ ବେମାରୀର ବିପଦକୁ ହ୍ରାସ କରିବା ଲକ୍ଷ୍ୟରେ ଖାଦ୍ୟ ପ୍ରସ୍ତୁତ କରିବା ଓ ଖାଦ୍ୟ ଖାଇବାକୁ ନେଇ who ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି ।

ଖାଦ୍ୟକୁ ରୋଷେଇ କରାଯିବା ପରେ ତୁରନ୍ତ ତାକୁ ଖାଇନେବା ଆବଶ୍ୟକ ବୋଲି ସେଥିରେ କୁହାଯାଇଛି । ଖାଦ୍ୟକୁ ରାନ୍ଧିବା ସମୟରେ ସେଥିରେ ଥିବା ହାନିକାରକ ବ୍ୟାକ୍ଟେରିଆ ପ୍ରାୟତଃ ନଷ୍ଟ ହୋଇଯାଇଥାନ୍ତି । ତେବେ ଏପରି ସ୍ଥିତିରେ ଆପଣମାନେ ଯଦି ରନ୍ଧା ଖାଦ୍ୟକୁ ୫ରୁ ୬୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଥଣ୍ଡାରେ ରଖିଦିଅନ୍ତି ତେବେ ସେଥିରେ ପୁଣି ଥରେ ବ୍ୟାକ୍ଟେରିଆ ବଢ଼ିଥାନ୍ତି । ଏପରି ସ୍ଥିତିରେ ଖାଦ୍ୟ ଜନିତ ରୋଗ ହେବାର ସମ୍ଭାବନା ବଢ଼ିଯାଇଥାଏ ।

ଏକ୍ସପର୍ଟଙ୍କ ମତରେ, କିଛି ନ୍ୟୁଟ୍ରିସନ୍ସ, ଭିଟାମିନ୍ସ ଗରମ, ବାୟୁ ଓ ଆଲୋକର ସମ୍ପର୍କରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଲେ ସମ୍ବେଦନଶୀଳ ହୋଇଯାଇଥାନ୍ତି । ଏହା ସହିତ ଝିଅ ମାନଂକ କ୍ଷେତ୍ରରେ ଅନିୟମିତ ଋତୁସ୍ରାବ ମଧ୍ୟ ଏକ ବିଶେଷ କାରଣ ଅଟେ।ତେଣୁ ରନ୍ଧା ଖାଦ୍ୟକୁ ଅଧିକ ବିଳମ୍ବରେ ଖାଇଲେ ଏହା ହାନି ହେବାର ସମ୍ଭାବନା ରହିଥାଏ । ଏହାଦ୍ୱାରା ଭୋଜନର ହେଲଥ ଭାଲ୍ୟୁ କମ୍ ହୋଇଯାଇଥାଏ । ଯଦି ଆପଣ ରନ୍ଧାଖାଦ୍ୟକୁ ଥଣ୍ଡା ହେବାକୁ ଛାଡ଼ିଦେବେ ଓ ପରେ ତାକୁ ଖାଇବେ ତେବେ ଏପରି ସ୍ଥିତିରେ ସେହି ଖାଦ୍ୟର ସ୍ୱାଦ ଫ୍ରେଶ୍ ଖାଦ୍ୟ ତୁଳନାରେ ବହୁତ କମିଯାଇଥାଏ । ଯଦି ଆପଣ ଦ୍ୱିତୀୟ ଥର ତାହାକୁ ଗରମ କରି ଖାଇବେ ତେବେ ପୂର୍ବ ଫ୍ଲେଭର ଓ ଟେଷ୍ଟ ନଷ୍ଟ ହୋଇଯାଇଥାଏ । ତେଣୁ ଖାଦ୍ୟ ରନ୍ଧା ସରିବା ପରେ ତାହାକୁ ଅଧିକ ସମୟ ନରଖି ଶୀଘ୍ର ଖାଇନେବା ଉଚିତ।

Get real time updates directly on you device, subscribe now.