fbpx

ସକାଳୁ ଖାଆନ୍ତୁ ଭୃସଙ୍ଗ ପତ୍ର: ଆପଣଙ୍କୁ ଛୁଇଁ ପାରିବ ନାହିଁ ଏହି ୫ଟି ରୋଗ

ଓଡିଶା ଭାସ୍କର: ବର୍ତ୍ତମାନ ଖାଦ୍ୟରେ ଅନେକ ପ୍ରକାରର ରାସାୟନିକ ପଦାର୍ଥ ରହିଥାଏ । ଯାହାକି ଆମ ଶରୀରକୁ ବହୁ ମାତ୍ରାରେ ପ୍ରଭାବିତ କରୁଛି । ଏହି କାରଣରୁ ଆମେ ବିଭିନ୍ନ ସମୟରେ ଅନେକ ରୋଗର ଶିକାର ମଧ୍ୟ ହୋଇଥାଉ । ତେବେ ଏପରି ପରିସ୍ଥିତିରେ ସବୁଠୁ ସହଜ ଓ ଶସ୍ତାରେ ମିଳୁଥିବା ଭୃସଙ୍ଗ ପତ୍ର ଆପଣଙ୍କ ଶରୀର ସୁସ୍ଥ ରଖିବାରେ ବେଶ୍ ସହାୟକ ହୋଇପାରେ । ଯାହାକୁ ପ୍ରତ୍ୟେକ ଦିନ ସେବନ କରିବା ଦ୍ୱାରା ଆପଣମାନେ ଏହି ୫ ଟି ରୋଗରୁ ନିଜକୁ ରକ୍ଷା କରିପାରିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଭୃସଙ୍ଗ ପତ୍ର ଚୋବାଇବା ଦ୍ୱାରା ଶରୀରକୁ କେଉଁ ଲାଭ ମିଳିଥାଏ ।

ପ୍ରତ୍ୟେକ ରୋଷେଇ ଘରେ ଭୃସଙ୍ଗ ପତ୍ର ବହୁଳ ମାତ୍ରାରେ ବ୍ୟବହାର ହୋଇଥାଏ । ଏହାକୁ ତରକାରୀରେ ପକାଇଲେ ଏହା ତରକାରୀକୁ ଭିନ୍ନ ଏକ ସ୍ୱାଦ ଦେଇଥାଏ । ବିଶେଷ କରି ଦକ୍ଷିଣ ଭାରତର ଅଧିକାଂଶ ଖାଦ୍ୟରେ ଏହି ପତ୍ର ବହୁଳ ମାତ୍ରାରେ ବ୍ୟବହାର ହୋଇଥାଏ । ତେବେ ଅନେକ ଲୋକେ ଭୃସଙ୍ଗ ପତ୍ର ବଜାରରୁ କିଣୁଥିବା ବେଳେ କିଛି ଲୋକେ ଏହାକୁ ଘରେ ମଧ୍ୟ ଲଗାଇ ଥାନ୍ତି । ଭୃସଙ୍ଗ ପତ୍ରରେ ଫସଫରସ୍, କ୍ୟାଲସିୟମ୍, ଆଇରନ୍, ଭିଟାମିନ୍ ଏବଂ ମ୍ୟାଗ୍ନେସିୟମ୍ ପରି ଅନେକ ପୁଷ୍ଟିକର ତତ୍ତ୍ୱ ରହିଥାଏ । ଯାହାଦ୍ୱାରା ଶରୀରକୁ ଅନେକ ପ୍ରକାରର ଫାଇଦା ହୋଇଥାଏ । ତେଣୁ ପ୍ରତ୍ୟେକ ଦିନ ୩ରୁ ୪ଟି ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଏହି ସବୁ ରୋଗରୁ ଆମକୁ ଦୂରେଇ ରଖିଥାଏ ।

ଆଖି ପାଇଁ ଲାଭ ଦାୟକ ଭୃସଙ୍ଗ ପତ୍ର: ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଅନ୍ଧାରକଣା ସମେତ ଆଖି ସହ ଜଡିତ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ଦୂର ହୋଇଥାଏ । କାରଣ ଏଥିରେ ଆବଶ୍ୟକୀୟ ପୁଷ୍ଟିକର ଭିଟାମିନ-ଏ ରହିଥାଏ । ଯାହା ଦୃଷ୍ଟି ଶକ୍ତି ବୃଦ୍ଧିରେ ଖୁବ ସହାୟକ ହୋଇଥାଏ ।

ମଧୁମେୟ ପାଇଁ ସାହାଯ୍ୟକାରୀ: ମଧୁମେୟ ରୋଗୀଙ୍କୁ ପ୍ରାୟତଃ ଭୃସଙ୍ଗ ପତ୍ର ଚୋବାଇବାକୁ ପରାମର୍ଶ ଦିଆଯାଇଥାଏ । କାରଣ ଏଥିରେ ହାଇପୋଗ୍ଲାଇସେମିକ୍ ଗୁଣ ରହିଥାଏ । ଯାହା ମଧୁମେୟ ରୋଗୀଙ୍କ ରକ୍ତରେ ଥିବା ଶର୍କରାକୁ ନିୟନ୍ତ୍ରଣ କରିଥାଏ ।

ହଜମ ଭଲ ହୋଇଥାଏ: ଭୃସଙ୍ଗ ପତ୍ରକୁ ପ୍ରତିଦିନ ସକାଳେ ଖାଲି ପେଟରେ ଚୋବାଇବା ଉଚିତ୍ । କାରଣ ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହ କୋଷ୍ଠକାଠିନ୍ୟ, ଅମ୍ଳତା, ପେଟ ଫୁଲିବା ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ ।

ସଂକ୍ରମଣ ରୋକିଥାଏ: ଭୃସଙ୍ଗ ପତ୍ରରେ ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟି ବାୟୋଟିକ୍ ଗୁଣଗୁଡିକ ରହିଥାଏ । ଯାହାକି ଅନେକ ପ୍ରକାରର ସଂକ୍ରମଣକୁ ରୋକିଥାଏ ଏବଂ ରୋଗ ହେବାର ଆଶଙ୍କାକୁ ମଧ୍ୟ ଦୂର କରାଇଥାଏ ।

ଓଜନ ହ୍ରାସରେ ସାହାଯ୍ୟ କରେ: ଭୃସଙ୍ଗ ପତ୍ରକୁ ଚୋବାଇବା ଦ୍ୱାରା ଏହା ଓଜନ ଓ ପେଟର ଚର୍ବିକୁ କମ୍ କରିବାରେ ସାହାଯ୍ୟ କରେ । ଏହି ପତ୍ରରେ ଏଥିଲ୍, ଏସିଟେଟ୍, ମହାନିମ୍ବାଇନ୍ ଏବଂ ଡିକ୍ଲୋରୋମେଟେନ୍ ଭଳି ପୋଷକ ତତ୍ତ୍ୱ ରହିଥାଏ । ଯାହା ପେଟର ବଢୁଥିବା ଚର୍ବି ଏବଂ ଓଜନ ହ୍ରାସରେ ସାହାଯ୍ୟ କରେ ।

ତେଣୁ ପ୍ରତ୍ୟେକ ଦିନ ସକାଳୁ ୩ ରୁ ୪ ଟି ଭୃସଙ୍ଗ ପତ୍ରକୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ଆମ ଶରୀରକୁ ସୁସ୍ଥ ରଖିଥାଏ । ଏଥି ସହିତ ଏହାକୁ ତରକାରୀରେ ବ୍ୟବହାର କଲେ ଏହା ତରକାରୀକୁ ଭିନ୍ନ ଏକ ସ୍ୱାଦ ଦେଇଥାଏ ।

Get real time updates directly on you device, subscribe now.