fbpx

ଅଧିକ ଲୁଣ ଖାଇଲେ ଜହର, ଶରୀରରେ ଜନ୍ମ ନେବ ସାଂଘାତିକ ରୋଗ

ନୂଆଦିଲ୍ଲୀ: ଲୁଣ ବିନା ଖାଦ୍ୟ ଅଧୁରା । କିନ୍ତୁ କିଛି ଲୋକ ଖାଦ୍ୟରେ ଅଧିକ ଲୁଣର ବ୍ୟବହାର କରିଥାନ୍ତି । ଯଦି ଆପଣ ଏଭଳି କରୁଛନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ। ଶରୀର ଉପରେ କୁପ୍ରଭାବ ପଡିବାର ଆଶଙ୍କା ଅଧିକ ରହିଥାଏ । ଅଧିକ ଲୁଣ ଖାଇବା ଦ୍ବାରା ହାର୍ଟ ଏବଂ କିଡନୀ ଫେଲର ହେବାର ସମ୍ଭାବନା ଅଧିକ ରହିଥାଏ । ଏହାସହିତ ଅନେକ ରୋଗର ସମ୍ଭାବନା ମଧ୍ୟ ରହିଥାଏ । ଖାଦ୍ୟରେ ଆବଶ୍ୟକ ଠାରୁ ଅଧିକ ଲୁଣ ଖାଇବା ଦ୍ବାରା ପ୍ରତିବର୍ଷ ଅସମୟରେ ଅନେକ ଲୋକଙ୍କ ଜୀବନ ଯାଇଥାଏ । କିଡନୀ ଏବଂ ହାର୍ଟ ବ୍ୟତୀତ ଲୁଣ ଓଜନ ବୃଦ୍ଧି ଏବଂ କୋଷ୍ଠକାଠିନ୍ୟ ସମସ୍ୟା ବୃଦ୍ଧି ପାଇଥାଏ । ଅନ୍ୟପଟେ ଯଦି ଦେଖିବା ଲୁଣ ଖାଇବା ଦ୍ବାରା ଶରୀରରେ କ୍ଲୋରାଇଡ ଏବଂ ସୋସିୟମର ଆବଶ୍ୟକତା ପୂରଣ କରିଥାଏ । ଯାହା ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଅଟେ । କିନ୍ତୁ ସୋଡିୟମ ଅଧିକ ମଧ୍ୟ ଶରୀର ପାଇଁ କ୍ଷତି ଅଟେ ।

ଅଧିକ ଲୁଣ ଖାଇଲେ କଣ ହୁଏ- ଅଧିକ ଲୁଣ ଖାଇବା ଦ୍ବାରା ଶରୀରରେ ସୋଡିୟମର ମାତ୍ରା ବୃଦ୍ଧି ପାଇଥାଏ । ଫଳରେ ଶରୀରରେ ପାଣିର ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ । ଏଡିମା ହେବାର ସମ୍ଭାବନା ଥାଏ । ଏଡିମା ହେବା ଦ୍ବାରା ଶରୀରରେ ଫୁଲା ଦେଖାଯାଇଥାଏ । ଏହା ବ୍ୟତୀତ ଉଚ୍ଚ ରକ୍ତଚାପ ଆଶଙ୍କା ମଧ୍ୟ ଅଧିକ ଥାଏ । କେତେକ ଅନୁସନ୍ଧାନରୁ ଜଣାପଡିଛି ଯେ, ଅତ୍ୟଧିକ ଲୁଣର ବ୍ୟବହାର କିଡନୀରେ ଷ୍ଟୋନର ଆଶଙ୍କା ମଧ୍ୟ ବୃଦ୍ଧି କରିଥାଏ ।

Get real time updates directly on you device, subscribe now.