fbpx

ଅଧିକ ଆଳୁ ଖାଇବା ଦ୍ୱାରା ମୃତ୍ୟୁର ବିପଦ କମିପାରେ: ରିସର୍ଚ୍ଚ

Advertisement

ଆଳୁ ସମସ୍ତଙ୍କର ପ୍ରାୟ ବେଶ ପସନ୍ଦ । ଲୋକ ପ୍ରାୟତଃ ଆଳୁରେ ଭିନ୍ନ ଭିନ୍ନ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିଥାନ୍ତି। କିଛି ଲୋକ ପନିପରିବା ସହ ତ ଆଉ କିଛି ଲୋକ ଆମିଷ ସହ ଏହାକୁ ଖାଇଥାନ୍ତି। କିନ୍ତୁ ସମୟ ସହ ଆଳୁ ମଧ୍ୟ ସମାଜରେ ନିଜର ଏକ ସ୍ୱତନ୍ତ୍ର ପ୍ରତିଷ୍ଠା ବନାଇ ନେଇଛି। ଆଳୁରେ କାର୍ବୋହାଇଡ୍ରେଟ ଏବଂ ଷ୍ଟାର୍ଚ ଭରପୁର ମାତ୍ରାରେ ରହିଥାଏ।

ଏହା ବ୍ଲଡ୍ ସୁଗାର ବଢାଇବା ସହ ଓଜନ ମଧ୍ୟ ବଢାଇଥାଏ ବୋଲି ସବୁବେଳେ କୁହାଯାଇଥାଏ। ୟୁଏସ୍ ହାର୍ବର୍ଡ ଟିଏଚ୍ ଚେନ୍ ସ୍କୁଲ ଅଫ ପବ୍ଲିକ ହେଲଥ ଅନୁଯାୟୀ, ଆଳୁ ଭଳି ଶୀଘ୍ର ହଜମ ହେଉଥିବା ଉଚ୍ଚ କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ପଦାର୍ଥ ଦ୍ୱାରା ମୋଟାପଣ, ମଧୁମେହ ଏବଂ ହୃଦୟଜନିତ ରୋଗ ବଢିଥାଏ। କିନ୍ତୁ ବର୍ତ୍ତମାନ ପବ୍ଲିସ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ଅଧିକ ଆଳୁ ଖାଇବା ଦ୍ୱାରା ମୃତ୍ୟୁର ବିପଦ କମିପାରେ।

ରିସର୍ଚ୍ଚର ଏଥିପାଇଁ ୭୭ ହଜାରରୁ ଅଧିକ ଲୋକଙ୍କୁ ନେଇ ଗବେଷଣା କରିଥିଲେ। ଜର୍ନାଲ ଅଫ ନ୍ୟୁଟ୍ରିସନରେ ପବ୍ଲିସ କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ, ଆଳୁ ଖାଇବା ଦ୍ୱାରା ହୃଦୟ ଜନିତ ରୋଗର ବିପଦ କମିଥାଏ। ୧୯୭୪ ରୁ ୧୯୮୮ ତିନି ଦଶକରୁ ଅଧିକ ସମୟ ପର୍ଯ୍ୟନ୍ତ ଲୋକଙ୍କ ଉପରେ ଏକ ବଡ ସମୂହ ଉପରେ ଏହି ସ୍ୱତନ୍ତ୍ର ଗବେଷଣା କରାଯାଇଛି। ରିସର୍ଚ୍ଚରମାନେ ୭୭,୨୯୭ ବୟସ୍କଙ୍କର ତଥ୍ୟ ଏକତ୍ର କରି ତାଙ୍କୁ ୩ଥର ସ୍ୱାସ୍ଥ୍ୟ ପରୀକ୍ଷା କରାଇଲେ। ସେମାନେ ଖାଉଥିବା ଆଳୁର ପରିମାଣ ଜାଣିବା ପାଇଁ ସେମାନଙ୍କର ଆହାର ସେବନ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ। ଏହି ରିସର୍ଚ୍ଚରରୁ ଜଣାପଡିଛି ଯେ , ଯେଉଁ ଲୋକ ସବୁଠାରୁ ଅଧିକ ଆଳୁ ଖାଉଛନ୍ତି ଅର୍ଥାତ ପ୍ରତି ସପ୍ତାହରେ ୧୪ ବା ତା ଠାରୁ ଅଧିକ ଆଳୁ ଖାଉଛନ୍ତି ତେବେ କମ୍ ଆଳୁ ଖାଉଥିବା ଲୋକଙ୍କ ଅପେକ୍ଷା ମୃତ୍ୟୁର ବିପଦ କମ୍ ରହିଥାଏ। ଆଳୁ ଅଧିକ ଖାଇବା ଦ୍ବାରା ହୃଦରୋଗ ଜନିତ ମୃତ୍ୟୁର ବିପଦ କମିଥାଏ।

Get real time updates directly on you device, subscribe now.