fbpx

ଏହି ୩ଟି ପରିବା କଞ୍ଚା ଖାଇବା ଦ୍ୱାରା ହୋଇପାରେ ପେଟ ସମସ୍ୟା : ଜାଣନ୍ତୁ ଏହାକୁ ଖାଇବାର ଉପାୟ

Advertisement

ଆମେ ଅନେକ ସମୟରେ ବିଭିନ୍ନ ପ୍ରକାର କଞ୍ଚା ପରିବା ଖାଇଥାଉ । ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଅନେକ ସମୟରେ ଆମେ ଏପରି କିଛି କଞ୍ଚା ଫଳ ଓ ପରିବା ଖାଇବା ଦ୍ୱାରା ଆମର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ତେବେ ଏହି ସବୁ ପରିବା ଖାଇବା ପୂର୍ବରୁ ସେମାନଙ୍କ ବିଷୟରେ ଜାଣିବା ନିହାତି ଜରୁରୀ । ତେବେ ଆସନ୍ତୁ ଜାଣିବା କେଉଁ କଞ୍ଚା ପରିବା ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ସମସ୍ୟା ବଢିଥାଏ ।

ଅନେକ ସମୟରେ ଦେଖାଯାଏ କି ଜିମ୍ ଯାଉଥିବା ସୋକମାନଙ୍କୁ କଞ୍ଚା ଫଳ ଓ ପନିପରିବାର ସାଲାଡ୍ ଖାଇବାକୁ ପରାମର୍ଶ ଦିଆଯାଇଥାଏ । କିନ୍ତୁ ଏପରି ଅନେକ ଫଳ ଓ ପନିପରିବା ଅଛି ଯାହାକୁ ଖାଇବା ଦ୍ୱାରା ସେଗୁଡିକ ଆମ ଶରୀରୀକୁ କ୍ଷତି ପହଁଞ୍ଚାଇବା ସହ ବିଭିନ୍ନ ପ୍ରକାର ରୋଗ ମଧ୍ୟ ହୋଇଥାଏ । ଏପରି କିଛି କଞ୍ଚା ପରିବା ଅଛି ଯାହା ଆମ ହଜମ ପ୍ରକ୍ରିୟା ଉପରେ ଗଭିର ପ୍ରଭାବ ପକାଇ ଥାଏ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ପ୍ରକାରର ଫଳ ଓ ପନିପରିବା ଖାଇବା ଉଚିତ୍ ନୁହେଁ ।

ଫୁଲ କୋବି,ବ୍ରୋକଲି ଏବଂ ବନ୍ଧା କୋବି ବା ପତ୍ର କୋବି : ଫୁଲ କୋବି ,ବ୍ରୋକଲି ଓ ପତ୍ର କୋବି କଞ୍ଚା ଖାଇବା ଦ୍ୱାରା ପେଟରେ ଗ୍ୟାସ ହୋଇଥାଏ । କାରଣ ଏହା ଏକ ଉଦ୍ଭିଦ ଜାତ ଖାଦ୍ୟ । ଏଥିରେ ବହୁ ପରିମାଣରେ ଫାଇବର ରହିଥାଏ । ଏଥିସହିତ ଏହି ପରିବାରେ ସେଲ୍ୟୁଲୋଜ ନାମକ ଏକ ପଦାର୍ଥ ମଧ୍ୟ ମିଳିଥାଏ । ଯାହାଫଳରେ ଏହାକୁ କଞ୍ଚା ଖାଇବା ଦ୍ୱାରା ଏହା ଆମ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିବା ସହ ଗ୍ୟାସ ସମସ୍ୟା ଦେଖାଦେଇଥାଏ ।

ଛତୁ (ମସ୍ରୁମ୍): ଛତୁ ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଅନେକ ଲୋକ ଏହାକୁ ସାଲାଡରେ କଞ୍ଚା ଖାଇଥାନ୍ତି । କିନ୍ତୁ ଆପଣ ଯଦି ଏହାକୁ କଞ୍ଚା ଖାଇବେ ତେବେ ଏହା ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇପାରେ । ଏହାକୁ କଞ୍ଚା ଖାଇବା ଦ୍ୱାରା ଡାଇରିଆ , ପେଟ ଯନ୍ତ୍ରଣା , ବାନ୍ତି ଭଳି ଅନେକ ସମସ୍ୟା ଦେଖାଦେଇଥାଏ ।

ଗିଆଁର ଫଳି : ଏହା ଏକ ପ୍ରକାର ପରିବା । ଏହାକୁ କଞ୍ଚା ଖାଇବା ସ୍ୱସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥାଏ । ଏଥିରେ ଫାଇବରର ମାତ୍ରା ଇଧିକ ରହିଥାଏ । ଯାହାଫଳରେ ଏହାକୁ କଞ୍ଚା ଖାଇଲେ ପେଟ ସମସ୍ୟା ଦେଖାଦେଇଥାଏ ।

ତେଣୁ ଏହି ପରିବାକୁ କଞ୍ଚା ଖାଇବା ଉଚିତ୍ ନୁହେଁ । ଏହି ପରିବାକୁ କଞ୍ଚା ଖାଇଲେ ପେଟ ଜନୀତ ସମସ୍ୟା ହେବା ସହ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇଥାଏ ।

Get real time updates directly on you device, subscribe now.