fbpx

ବଜେଟ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ; ଓଡ଼ିଶାରେ ମୁଣ୍ଡପିଛା ଆୟ ୧, ୬୪, ୪୩୭ ଟଙ୍କା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବଜେଟ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁସାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୧, ୬୪, ୪୩୭ ଟଙ୍କା । ୨୦୨୩-୨୪ରେ ଓଡ଼ିଶାର ଅଭିବୃଦ୍ଧି ହାର ୮.୫% ରହିବା ଆକଳନ । ୨୦୨୨-୨୩ରେ ରାଜ୍ୟର ଅଭିବୃଦ୍ଧି ହାର ଥିଲା ୭.୯ ପ୍ରତିଶତ । ୨୦୧୫-୧୬ରୁ ୧୯-୨୧ ମଧ୍ୟରେ ୬୨ ଲକ୍ଷ ଲୋକ ଦାରିଦ୍ର୍ୟରୁ ମୁକ୍ତ ।

୨୦୨୩-୨୪ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଅଭିବୃଦ୍ଧି ୩.୫% ଆକଳନ କରାଯାଇଛି । ୨୦୧୯-୨୦ରେ ବିତ୍ତୀୟ ନିଅଣ୍ଟ ୩.୫% ଥିଲା, ୨୩-୨୪ରେ ୩.୧%କୁ ହ୍ରାସ ହୋଇଛି । ୨୦୨୨-୨୩ରେ ଧାନ ଉତ୍ପାଦନ ୧୪୧.୪ ଲକ୍ଷ ମେଟ୍ରିକ ଟନ୍‌କୁ ବୃଦ୍ଧି । ୨୦୨୧-୨୨ରେ ଓଡ଼ିଶା ଦେଶର ପଞ୍ଚମ ବୃହତ୍ତ ଧାନ ଉତ୍ପାଦନକାରୀ ରାଜ୍ୟ ।

ଶିକ୍ଷା କ୍ଷେତ୍ରରେ ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡ଼ିବା ହାରରେ ଓଡ଼ିଶା ଦେଶରେ ପ୍ରଥମ । ଓଡ଼ିଶାରେ ଏବେ ମାଧ୍ୟମିକ ସ୍ତରରେ ପାଠ ଛାଡ଼ିବା ହାର ୨୭.୨୯% -୨୭.୨୯ ପ୍ରତିଶତ ପିଲା ପାଠ ଛାଡ଼ିବା ସର୍ବଭାରତୀୟ ସ୍ତରରେ ଶୀର୍ଷରେ ରହିଛି ।

ଓଡ଼ିଶାରେ ଆୟୁଷ ହାର ପୂର୍ବ ତୁଳନାରେ ବଢ଼ିଛି ୧୦ ବର୍ଷ । ଆୟୁଷ ବୃଦ୍ଧି ନେଇ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ମିଳିଲା ତଥ୍ୟ । ୨୦୦୦-୨୦୦୪ରେ ଓଡ଼ିଶାରେ ହାରାହାରି ଆୟୁଷ ଥିଲା ୬୦.୪ ବର୍ଷ । ୨୦୧୬-୨୦୨୦ରେ ହାରାହାରି ଆୟୁଷ ବୃଦ୍ଧି ପାଇ ୭୦.୩ ବର୍ଷ ରହିଛି । ତେବେ ୧୭ ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶା ଉପରେ ରହିଛନ୍ତି ୭ ରାଜ୍ୟ ।

Get real time updates directly on you device, subscribe now.