fbpx

‘AAP ନେତାଙ୍କୁ ୧୦୦ କୋଟି ଟଙ୍କା ଦେଇଛନ୍ତି କେ କବିତା’, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡିର ଦାବି

ନୂଆଦିଲ୍ଲୀ: ଇଡି ଦାବି କରିଥିଲା ଯେ, କେ କବିତା ମଦ କାରବାରରେ ଲବୀ ସାଉଥ ଗ୍ରୁପ ସହ ଜଡିତ ଥିଲେ । ଇଡି ଅନୁସାରେ, ଲବୀ ୨୦୨୧-୨୨ ପାଇଁ ଦିଲ୍ଲୀ ଅବକାରୀ ନୀତିରେ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଚେଷ୍ଟା କରୁଥିଲା । ଏହି ନୀତି ବର୍ତ୍ତମାନ ରଦ୍ଧ କରାଯାଇଛି । କେନ୍ଦ୍ରୀୟ ଏଜେନ୍ସି କବିତାଙ୍କୁ ୧୫ ମାର୍ଚ୍ଚ ସଂଧ୍ୟାରେ ହାଇଦ୍ରାବାଦର ବଂଜାରା ହିଲ୍ସ ସ୍ଥିତ ନିଜ ଘରୁ ଗିରଫ କରାଯାଇ ଦିଲ୍ଲୀକୁ ଅଣାଯାଇଥିଲା ।

ଅବକାରୀ ନୀତି ସହ ଜଡ଼ିତ ଧନଶୋଧନ ମାମଲାରେ ଗିରଫ କରାଯାଇ ରାଷ୍ଟ୍ର ସମିତିର ନେତା କେ କବିତାଙ୍କ ମାମଲାରେ ଇଡି ବର୍ତ୍ତମାନ ଗମ୍ଭୀର ଅଭିଯୋଗ ଲଗାଇଛି । କେନ୍ଦ୍ରୀୟ ଏଜେନ୍ସିଙ୍କ ଅଭିଯୋଗ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟୀର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ତଥା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ମିଶି ୧୦୦ କୋଟି ଟଙ୍କାର କାରବାର ହୋଇଛି । ଯେଉଁଥିରେ କେ କବିତା ମଧ୍ୟ ସାମିଲ ରହିଛି । ଇଡିର

ଯାଞ୍ଚରେ ଏହି କଥା ସାମ୍ନାକୁ ଆସିଛି । ଦିଲ୍ଲୀର ଏକ କୋର୍ଟ ଗତ ୧୬ ମାର୍ଚ୍ଚରେ ଇଡି ଆବେଦନ ଉପରେ କେ କବିତାଙ୍କୁ ମାର୍ଚ୍ଚ ୨୩ ପର୍ଯୟନ୍ତ ହେପାଜତକୁ ପଠାଇଥିଲେ । ତାଙ୍କୁ ନିରନ୍ତର ପଚରାଉଚରା ମଧ୍ୟ କରାଯାଉଛି ।
ଇଡିର ବିବୃତ୍ତି ମୁତାବକ, ଯାଞ୍ଚରେ ଖୁଲାସା ହୋଇଛି ଯେ, ନୂଆ ଅବକାରୀ ନୀତିରେ ଲାଭ ଉଠାଇବା ପାଇଁ କେ. କବିତା ଆମ ଆଦମୀ ପାର୍ଟୀର ନେତାମାନଙ୍କୁ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ମିଶି ଷଡଯନ୍ତ୍ର କରିଛନ୍ତି । ଏହା ମଧ୍ୟ କୁହାଯାଇଛି ଯେ, ମଦ ଦୁର୍ନୀତି ମାମଲାରେ ଲାଭ ପାଇବାକୁ ଏବଜରେ ଆପର ପାର୍ଟୀ ନେତାମାନଙ୍କ ପର୍ଯ୍ୟନ୍ତ ୧୦୦ କୋଟି ଟଙ୍କା ପହଁଚାଯାଇଛି । କୁହାଯାଉଛି ଯେ, ଇଡିର ଏହି ବିବୃତ୍ତି ପରେ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢିପାରେ ।

Get real time updates directly on you device, subscribe now.