fbpx

୪୦ଟି ସ୍ଥାନରେ ରେଡ୍ କଲା ED: ଚାଇନିଜ୍ କମ୍ପାନୀରେ ଅର୍ଥ ହେରଫେର

ନୂଆଦିଲ୍ଲୀ: ଗତ ଏପ୍ରିଲ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜିଓମି ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ବ୍ୟାଙ୍କ ଆକାଉଣ୍ଟରୁ ୫୫୨୧ କୋଟି ଜବତ କରାଯାଇଥିଲା । ବିଦେଶିକ ବିନିମୟ ପରିଚାଳନା ନିୟମ ଅନୁସାରେ କମ୍ପାନୀ ବେଆଇନ ଅର୍ଥ କାରବାର କରୁଥିବା ଜଣାପଡ଼ିଥିଲା । ତେବେ ଆଜି ଇଡି ପକ୍ଷରୁ ଭିଭୋ ସହିତ ଅନ୍ୟ ଚାଇନିଜ୍ ଫାର୍ମ ଉପରେ ଚଢ଼ାଉ କରାଯାଇଛି ।

ତେବେ ଇଡି ମୋଟ ୪୦ଟି ସ୍ଥାନରେ ରେଡ୍ କରିଛି । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଓ ଦକ୍ଷିଣ ରାଜ୍ୟର କିଛି ସ୍ଥାନରେ ଅର୍ଥ ହେରଫେର ମାମଲାରେ ଚଢ଼ାଉ କରାଯାଇଥିଲା । ତେବେ ଭିଭୋ ସହିତ ଅନ୍ୟ କିଛି ଚାଇନିଜ୍ ଫାର୍ମରେ ରେଡ୍ କରାଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଏହି ଚଢ଼ାଉ ନେଇ ଭିଭୋ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ଅନ୍ୟପକ୍ଷରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ପକ୍ଷରୁ ଅନ୍ୟ ଏକ ଏଫଆଇଆର ଦାୟର କରାଯାଇଛି ।

ଗତ ମାର୍ଚ୍ଚ ମାସରେ ଆୟକର ବିଭାଗ ପକ୍ଷରୁ ଚାଇନିଜ ଫାର୍ମରେ ରେଡ୍ କରାଯାଇଥିଲା । କମ୍ପାନୀ ନକଲି ରସିଦ୍ ମାଧ୍ୟମରେ ଟ୍ୟାକ୍ସ ସଂଗ୍ରହ କରୁଥିବା ଜଣାପଡ଼ିଥିଲା । ସେହିପରି ଗତ ଫେବୃଆରୀ ମାସ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀ କ୍ୟାପିଟାଲ ରିଜିଅନରେ ରେଡ୍ କରାଯାଇଥିଲା । ଆଇଟି ବିଭାଗ ପକ୍ଷରୁ ଏକସଙ୍ଗେ ୪ ଶହ କୋଟି ଟଙ୍କା ଜବତ କରାଯାଇଥିଲା । ତେବେ ସମସ୍ତ ଅନିୟମିତତାକୁ ସମାଧାନ କରିବା ନେଇ ସରକାରୀ ଅଧିକାରୀଙ୍କୁ ସହଯୋଗ କରାଯାଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା ।

Get real time updates directly on you device, subscribe now.