fbpx

ତେଜିଲା ହାତୀ ମୃତ୍ୟୁ ମାମଲା: ଜବାବ ଦେବା ପାଇଁ ଜାରି ହେଲା ନୋଟିସ

ଭୁବନେଶ୍ୱର: ରାଜ୍ୟରେ ବଢୁତିବା ହାତୀ ମୃତ୍ୟୁ ମାମଲାକୁ ନେଇ ଚିନ୍ତା ଜାହିର କରିଛନ୍ତି ମାନ୍ୟବର ହାଇକୋର୍ଟ । ଏହି ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ତରଫରୁ ନୋଟିସ ଜାରି କରାଯାଇଛି । ଯାହାକୁ ନେଇ ପୁଣି ଥରେ ମାମଲା ତେଜିଛି । ହାତୀ ମାନଙ୍କୁ ସୁରକ୍ଷା ପ୍ରସଙ୍ଗରେ ଜବାବ ଦେବାକୁ ନୋଟିସରେ ଉଲ୍ଲେଖ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ହାତୀଙ୍କ ସୁରକ୍ଷା ପ୍ରସଙ୍ଗରେ ଜବାବ ମାଗିଛନ୍ତି ମାନ୍ୟବର ହାଇକୋର୍ଟ । ରାଜ୍ୟ ସରକାରଙ୍କୁ ଏକ ନୋଟିସ ଜାରି କରି ଏହାର ଜବାବ ଦେବାକୁ ନିଦ୍ଦେଶ ଦିଆଯାଇଛି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୫ ତାରିଖକୁ ଧାର୍ଯ୍ୟ କରାଯାଇଛି । ତେବେ ଏହି ଆଇନ ଆସାମ ଢାଞ୍ଚାରେ ପ୍ରଣୟନ ପାଇଁ ଆବେଦନ କରାଯାଇଥିଲା ।

ସୂଚନା ଯୋଗ୍ୟ ଯେ, ଗତ କିଛି ଦିନରେ ରାଜ୍ୟରେ ହାତୀ ମୃତ୍ୟୁ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲଗାତାର କିଛି ଦିନ ମଧ୍ୟରେ ବିଭିନ୍ନ ସ୍ଥାନରୁ ଏକାଧିକ ହାତୀ ମୃତ୍ୟୁ ଘଟଣା ରାଜ୍ୟ ସରକାର ତଥା ବନ ବିଭାଗକୁ ଅଡୁଆରେ ପକାଇ ଦେଇଛି ।

Get real time updates directly on you device, subscribe now.