ନୂଆଦିଲ୍ଲୀ : ଯୁଗ୍ମ ପ୍ରବେଶିକା ପରୀକ୍ଷା, ଜେଇଇ ଆଡଭାନ୍ସ ୨୦୨୧ର ପରିଣାମ ଘୋଷିତ ହୋଇଛି । ଏଥିସହ ଟପ୍ପର ତାଲିକା ମଧ୍ୟ ପ୍ରକାଶ ପାଇଛି । ଜୟପୁରର ମୃଦୁଲ ଅଗ୍ରୱାଲ ପରୀକ୍ଷାରେ କେବଳ ଟପ୍ପର ହୋଇ ନାହାନ୍ତି ବରଂ ଆଇଆଇଟି-ଜେଇଇ ପ୍ରବେଶିକା ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଇତିହାସ ରଚିଛନ୍ତି । ପରୀକ୍ଷାରେ ୩୬୦ରୁ ୩୪୮ ନମ୍ବର ଅର୍ଥାତ ୯୬.୬୬ ପ୍ରତିଶତ ସହ ମୃଦୁଲ ଶୀର୍ଷ ସ୍ଥାନ ହାସଲ କରିଛନ୍ତିା ଅନ୍ୟପଟେ ଛାତ୍ରୀଙ୍କ ମଧ୍ୟରେ କାବ୍ୟା ଚୋପ୍ରା ଟପ୍ପର ହୋଇଛନ୍ତି ।
୨୦୧୧ ପରଠୁ ଜେଇଇ ଆଡଭାନ୍ସ ପରୀକ୍ଷାରେ କୌଣସି ଛାତ୍ରଙ୍କ ଦ୍ୱାରା ଏହା ହେଉଛି ସର୍ବୋଚ୍ଚ ନମ୍ବର । ଗତ ଦଶନ୍ଧିରେ ସର୍ବାଧିକ ନମ୍ବର ୯୬ ପ୍ରତିଶତ ରହିଥିଲା । ୨୦୧୨ରେ ଟପ୍ପର ୪୦୧ରୁ ୩୮୫ ନମ୍ବର ରଖି ଏହି ସଫଳତା ହାସଲ କରିଥିଲେ । ୨୦୨୦ରେ ଜେଇଇ ଆଡଭାନ୍ସ ପରୀକ୍ଷାରେ ମୋଟ୍ ୩୯୬ରୁ ଟପ୍ପର ୩୫୨ ନମ୍ବର ଓ ୮୮.୮୮ ପ୍ରତିଶତ ରଖିଥିଲେ । ହେଲେ ମୃଦୁଲ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି । ଉଲ୍ଲେଖନୀୟ ମୃଦୁଲ ଜେଇଇ ମେନ ୨୦୨୧ରେ ମଧ୍ୟ ଟପ୍ପର ରହିଥିଲେ ।
ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୧ ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ jeeadv.ac.in ରେ ଯାଇ ନିଜର ରେଜଲ୍ଟ ଦେଖି ପାରିବେ । ଯେଉଁ ଛାତ୍ର-ଛାତ୍ରୀ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନେ କାଲି ଆର୍ଥାତ ଅକ୍ଟୋବର ୧୬ରୁ ଜୋସା କାଉନସିଲିଂ ୨୦୨୧ ପାଇଁ ନିଜର ନାମ ପଞ୍ଜୀକରଣ କରି ପାରିବେ ।