ଅଣ୍ଡାରେ ମାରାତ୍ମକ ବ୍ୟାକ୍ଟେରିଆ, ଖାଇବା ପୂର୍ବରୁ ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ଅଣ୍ଡା ଖାଇଲେ ମାଡ଼ି ଆସୁଛି ରୋଗ । ଜାଣନ୍ତୁ କେମିତି ନିଜକୁ ରଖିବେ ସୁସ୍ଥ ।
ୱ।ଶିଂଟନ୍: ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ; ସମସ୍ତଙ୍କୁ ଅଣ୍ଡା ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି । କିନ୍ତୁ ବର୍ତ୍ତମାନ ଅଣ୍ଡାକୁ ନେଇ ବଡ଼ ସମସ୍ୟା ସାମ୍ନାକୁ ଆସିଛି ।
ଆମେରିକାରେ କିଛିଦିନ ହେବ ଅଣ୍ଡାର ଅଭାବ ନେଇ ମସସ୍ୟା ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଅଣ୍ଡା ବ୍ୟାକ୍ଟେରିଆ ମୁଣ୍ଡ ବିନ୍ଧାର କାରଣର ପାଲଟିଛି ।
ଅଣ୍ଡାରେ ବ୍ୟାକ୍ଟେରିଆ
ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଟମାଟୋ, ପିଆଜ ପରେ ଏବେ ଅଣ୍ଡାରେ ବ୍ୟାକ୍ଟେରିଆ ଚିହ୍ନଟ ହୋଇଛି । ଏହି ବ୍ୟାକ୍ଟେରିଆର ନାଁ ରହିଛି ସାଲ୍ମୋନେଲା ।
ଦେଶର ବିଭିନ୍ନ ସ୍ଥାନରେ ଏହି ବ୍ୟାକ୍ଟେରିଆ ଚିହ୍ନଟ କରାଯାଇଛି । ଏହି ଅଣ୍ଡା ବ୍ୟାକ୍ଟେରିଆକୁ ନେଇ ଏବେ ସାରା ଦେଶରେ ଚିନ୍ତା ବଢ଼ିଯାଇଛି । ସ୍ଥାନୀୟ ଅଞ୍ଚଳରେ ଥିବା ଦୋକାନୀ ୧୭ ଲକ୍ଷ ଅଣ୍ଡା ଫେରାଇବା ପାଇଁ କହିଲେଣି ।
ରୋଗରେ ଲୋକେ
ଏହି ଅଣ୍ଡାକୁ ଖାଇବା ପରେ କାଲିଫର୍ନିଆ ସମେତ ୭ ପ୍ରଦେଶର ୮୦ ଜଣ ରୋଗରେ ପଡ଼ିଛନ୍ତି । ୨୧ରୁ ଅଧିକ ଲୋକଙ୍କ ଅବସ୍ଥା ଅତି ଗୁରୁତର ହୋଇପଡ଼ିଛି, ଯାହା ପାଇଁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଛି ।
ସାଲ୍ମୋନେଲା କ’ଣ
ଆମେରିକା ରୋଗ ନିୟନ୍ତ୍ରଣ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସାଲ୍ମୋନେଲା ଏକ କ୍ଷତିକାରକ ମାଇକ୍ରୋ ଅର୍ଗାନିଜ୍ମ । ଏହି ବ୍ୟାକ୍ଟେରିଆ ଶରୀରରେ ପ୍ରବେଶ କରିବାର ୧୨ରୁ ୭୨ ଘଣ୍ଟା ଭିତରେ ନିଜର ପ୍ରଭାବ ଦେଖାଇଥାଏ ।
ଥଣ୍ଡା, ଜ୍ୱର ହେବା ସାଙ୍ଗକୁ ପେଟ କାଟିବା ଭଳି ସମସ୍ୟା ଶରୀରରେ ଦେଖାଯାଏ । ଏହି ବ୍ୟାକ୍ଟେରିଆରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ନିଜ ହାତକୁ ଭଲଭାବେ ଧୋଇବାକୁ ପରାମର୍ଶ ଦିଆଯାଇଛି ।