ଅଣ୍ଡା ପାଇଁ କଲବଲ ହେଉଛି ଏହି ଦେଶ, ଶକ୍ତିଶାଳୀ ରାଷ୍ଟ୍ର ହୋଇ ମଧ୍ୟ ଅଣ୍ଡା ଖାଇବାକୁ ପାଉନି

ଫାର୍ମରୁ ୧ ଲକ୍ଷ ଅଣ୍ଡା ନେଇଗଲେ । ଏହି ଦେଶର ଲୋକଙ୍କ ପାଇଁ ଅଣ୍ଡା ପାଲଟିଛି ସ୍ୱପ୍ନ ।

ୱାଶିଂଟନ୍: ଦୁନିଆର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଦେଖିବାକୁ ମିଳିଛି ଅଭାବ । ଲୋକଙ୍କୁ ମିଳୁନି ଅଣ୍ଡା । ଦୋକାନରେ ଅଣ୍ଡା ନ ଥିବାବେଳେ ୧ ଲକ୍ଷ ଅଣ୍ଡା ଚୋରି ହୋଇଯାଇଛି ।

ଏ ଘଟଣା ଘଟିଛି ପେନସିଲଭାନିଆରେ । ରାତି ପ୍ରାୟ ୮ଟା ୪୦ମିନିଟରେ ଗ୍ରୀନକାଷ୍ଟଲରେ ଥିବା ପିଟି ଆଣ୍ଡ ଜେରୀ ଅର୍ଗାନିକ୍ସ ଏଲଏଲସିରୁ ୧ ଲକ୍ଷ ଅଣ୍ଡା ଚୋରି ହୋଇଛି । ଯାହାର ମୂଲ୍ୟ ରହିଛି, ୪୦ ହଜାର ଡଲାର । ଭାତୀୟ ମୁଦ୍ରାରେ ଏହାର ମୂଲ୍ୟ ରହିବ ପାଖାପାଖି ୩୫ ଲକ୍ଷ ଟଙ୍କା ।

ଦେଶରେ ବାର୍ଡ ଫ୍ଲ୍ୟୁ ବ୍ୟାପିବା କାରଣରୁ ଲକ୍ଷ ଲକ୍ଷ କୁକୁଡାକୁ ମାରି ଦିଆଯାଉଛି । କୁକୁଡ଼ା ମରିଯିବା ଯୋଗୁ ଅଣ୍ଡାର ଅଭାବ ଦେଖିବାକୁ ମିଳିଛି ।

ସ୍ଥାନୀୟ ପୋଲିସ ଉକ୍ତ ଘଟଣାକୁ ଗୁରୁତର ସହ ନେଉଥିବା କହିଛି । ଘଟଣାର ଯାଞ୍ଚ ଚାଲିଥିବାବେଳେ ସ୍ୱତନ୍ତ୍ର ଟିମ୍ ଏ ଘଟଣା ଉପରେ ନଜର ରଖିଛି । ଖୁବଶୀଘ୍ର ଚୋରଙ୍କୁ ଧରାଯିବ ବୋଲି କହିଛି ପୋଲିସ ।