fbpx

ନିର୍ବାଚନ ଆୟୋଗ ଜାରି କଲେ ନିର୍ବାଚନ ବଣ୍ଡ ସହ ଜଡିତ ନୂଆ ସୂଚନା, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ନୂଆଦୀଲ୍ଲୀ: ନିର୍ବାଚନ ଆୟୋଗ ରବିବାର (ମାର୍ଚ୍ଚ ୧୭)ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏସବିଆଇରୁ ପ୍ରାପ୍ତ ନୂଆ ସୂଚନାକୁ ନିଜ ୱେବସାଇଟରେ ଅପଲୋଡ୍ କରିଛନ୍ତି । ଏହାପୂର୍ବରୁ ନିର୍ବାଚନ ଆୟୋଗ ମାର୍ଚ୍ଚ ୧୪ ରେ ନିର୍ବାଚନ ବଣ୍ଡ ସମ୍ବନ୍ଧୀୟ ସୂଚନା ସାର୍ବଜନୀନ କରିଥିଲେ ।

କମ୍ପାନୀଗୁଡିକ ଦ୍ୱାରା କିଣାଯାଇଥିବା ନିର୍ବାଚନ ବଣ୍ଡ ଏବଂ ସେମାନଙ୍କ ମାଧ୍ୟମରେ ଦଳଗୁଡିକ ଗ୍ରହଣ କରିଥିବା ଚାନ୍ଦା ବିଷୟରେ ଉଲ୍ଲେଖ କରାଯାଇଥିଲା ।

ତେବେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ନିର୍ବାଚନ ବଣ୍ଡ ଉପରେ ରିପୋର୍ଟ ପାଇବା ପରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏହାକୁ ସାର୍ବଜନୀନ କରିଛନ୍ତି । ଏପ୍ରିଲ ୨୦୧୯ ରେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ପରେ ରାଜନୈତିକ ଦଳମାନେ ନିର୍ବାଚନ ବଣ୍ଡ ମାଧ୍ୟମରେ ପାଇଥିବା ଚାନ୍ଦା ବିଷୟରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଥିଲେ । ତତ୍କାଳୀନ ଆଇନ ଅନୁଯାୟୀ ଏହାକୁ ଗୋପନୀୟ ରଖି ନିର୍ବାଚନ ଆୟୋଗ ଏହାକୁ ଏକ ସିଲ୍ ହୋଇଥିବା ଲିଫାଫାରେ ରଖିଥିଲେ ।

କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ନିର୍ବାଚନ ଆୟୋଗ ଏହି ସୂଚନା କୋର୍ଟକୁ ଦେଇଥିଲେ । ମାର୍ଚ୍ଚ ୧୫ ର ଆଦେଶ ପରେ ସୁପ୍ରିମକୋର୍ଟ ଏହି ସିଲ୍ ହୋଇଥିବା ଲିଫାଫା ନିର୍ବାଚନ ଆୟୋଗକୁ ଫେରାଇ ଦେଇଛନ୍ତି । ଏହା ପରେ ନିର୍ବାଚନ ଆୟୋଗ ଏହାକୁ ସାର୍ବଜନୀନ କରିଥିଲେ ।

ନିର୍ବାଚନ ଆୟୋଗ କ’ଣ କହୁଛନ୍ତି?

ନିର୍ବାଚନ ଆୟୋଗ ଏହି ତଥ୍ୟକୁ ସିଲବନ୍ଦ ହୋଇଥତିବା ଲିଫାଫାରେ ସୁପ୍ରିମକୋର୍ଟଙ୍କୁ ଦେଇଥିଲେ । ନିର୍ବାଚନ ଆୟୋଗ ଆଜି ଏକ ବୟାନରେ କହିଛନ୍ତି, “ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଏକ ପେନ୍ ଡ୍ରାଇଭରେ ଡିଜିଟାଲ୍ ରେକର୍ଡ ସହିତ ଫିଜିକାଲ କପି ଫେରସ୍ତ କରିଛି । ଭାରତର ନିର୍ବାଚନ ଆୟୋଗ ଆଜି ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରିରୁ ମିଳିଥିବା ଡିଜିଟାଲ ଭାବରେ ମିଳିଥିବା ଡାଟାକୁ ଅପଲୋଡ କରିଛନ୍ତି । ଏପ୍ରିଲ ୧୯ ରୁ ଜୁନ୍ ୧ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବାର ଗୋଟିଏ ଦିନ ପରେ ଆୟୋଗ ଏହି ତଥ୍ୟ ପ୍ରକାଶ କରିଛି ।

Get real time updates directly on you device, subscribe now.