fbpx

ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ସାନି ବିଜ୍ଞପ୍ତି

ଭୁବନେଶ୍ୱର, ୧୯ା୪ (ଓଡିଶା ଭାସ୍କର): ପିପିଲି ଉପନିର୍ବାଚନ ନେଇ ଆଜି ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମେ ମାସ ୧୩ ତାରିଖରେ ନିର୍ବାଚନ ହେବା ନେଇ ସ୍ପଷ୍ଟ ହୋଇଛି । ଏପ୍ରିଲ ୨୬ ତାରିଖ ନାମାଙ୍କନ ଦାଖଲ ଶେଷ ତାରିଖ । ଏପ୍ରିଲ ୨୭ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ ଓ ୨୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । ତେବେ ମେ ୬ ତାରିଖରେ ଭୋଟ ଗଣତି ହେବ । ମେ ୧୮ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଉପନିର୍ବାଚନ ସ୍ଥଗିତ ରହିଥିଲା । ତେବେ ଜଣେ ନୂଆ କଂଗ୍ରେସ ପ୍ରାର୍ଥୀ ପିପିଲି ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ । ପିପିଲିରେ ବିଜେଡି ପକ୍ଷରୁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ପ୍ରତାପ ମହାରଥୀ ଲଢ଼ୁଥିବା ବେଳେ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ନିର୍ବାଚନ ଲଢ଼ୁଛନ୍ତି ।

Get real time updates directly on you device, subscribe now.