fbpx

ଖଣ୍ଡପଡାରେ ନିର୍ବାଚନୀ ହିଂସା: ବୋମାମାଡରେ ଯୁବକ ମୃତ, ଅଭିଯୁକ୍ତ ଫେରାର

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଏପରିକି ଏହି ହିଂସାରେ ଗଡିଛି ମୁଣ୍ଡ । ନୟାଗଡ ସ୍ଥିତ ଖଣ୍ଡପଡାରେ ବୋମାମାଡରେ ଜଣେ ଯୁବକଙ୍କ ପ୍ରାଣହାନି ଘଟିଛି । ଖଣ୍ଡପଡା ଅନ୍ତର୍ଗତ ବଡ ବୋଦଶା ଗ୍ରାମରେ ବୋମାମାଡ କାରଣରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ମାନେ ଫେରାର ହୋଇ ଯାଇଛନ୍ତି ।

ଯୁବକ ଜଣଙ୍କ ନିଜ ବାଇକରେ କେଉଁ ଆଡେ ଯାଉଥିବା ବେଳେ ଗାଁ ଦାଣ୍ଡରେ ବୋମାମାଡ କରାଯାଇଥିଲା । ବୋମାମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିର୍ବାଚନ କାରଣରୁ ଏହା ହୋଇଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.