fbpx

ଏକ୍ସର ମାଲିକ ଏଲନ ମସ୍କଙ୍କ ବଡ଼ ଘୋଷଣା; ଟ୍ୱିଟରର ଐତିହାସିକ ଅଫିସ ହେବ ବନ୍ଦ

ନୂଆଦିଲ୍ଲୀ: ଏଲନ ମସ୍କ ଏକ୍ସକୁ ନେଇ ଆଉ ଏକ ନିଷ୍ପତ୍ତି ନେଇଛନ୍ତି । ଯେଉଁ ଅଫିସରେ ଟ୍ୱିଟର ଅଗ୍ରଗତି କରିଛି ସେହି ଅଫିସକୁ ବର୍ତ୍ତମାନ ବନ୍ଦ କରାଯିବ । ସୋସିଆଲ ମିଡିଆ କମ୍ପାନୀ ନିଜର ସାନ୍ ଫ୍ରାନ୍ସିସ୍କୋରେ ଥିବା ଅଫିସକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି । ଏହି ଅଫିସ ୨୦୦୬ରେ ଖୋଲିଥିଲା । ହେଲେ ବର୍ତ୍ତମାନ ଏହାର ଏକ ସ୍ୱର୍ଣ୍ଣ ଯୁଗର ଅନ୍ତ ହେବାକୁ ଯାଉଛି ।

ଏଲନ ମସ୍କ ଟ୍ୱିଟରର ନାମ ପରିବର୍ତ୍ତନ କରି ଏକ୍ସ କରିଦେଇଥିଲେ । ଏକ୍ସ ଅର୍ଥାତ ଟ୍ୱିଟରର ଆରମ୍ଭ ସାନ୍ ଫ୍ରାନ୍ସିସ୍କୋରେ ନିଜର ଅଫିସ ବନ୍ଦ କରିବାକୁ ଯାଉଛି । ଟ୍ୱିଟର ଅଫିସର ସ୍ଥାପନା ୨୦୦୬ ମସିହାରେ ହୋଇଥିଲା ।

ସିଇଓ ଲିଣ୍ଡା ୟାକାରିନୋ ଏକ ଇଣ୍ଟରନେସନାଲ ଇମେଲରେ କର୍ମଚାରୀମାନଙ୍କୁ ଏହି ନିଷ୍ପତ୍ତିର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏକ୍ସର ସାନ୍ ଜୋସ ଏବଂ ପାଲୋ ଅଲ୍ଟୋରେ ଥିବା ଅଫିସକୁ ସାନ୍ ଫ୍ରାନସ୍କୋର କର୍ମଚାରୀମାନଙ୍କୁ ସ୍ଥାନାନ୍ତର କରାଯିବ ।

Get real time updates directly on you device, subscribe now.