fbpx

ବିଶ୍ୱସ୍ତ ଭାବରେ କାମ କରିବାର ମିଳିଲା ଉପହାର: ଗିଫ୍ଟରେ କମ୍ପାନୀ ଦେଲା ଏହି ଦାମୀ ଜିନିଷ

Advertisement

ଆଜିକା ଦୁନିଆରେ ବିଶ୍ୱାସ ଏବଂ ବିଶ୍ୱସ୍ତ କର୍ମଚାରୀ ଖୁବ କମ ଦେଖିବାକୁ ମିଳନ୍ତି । କିନ୍ତୁ ଯେଉଁମାନେ ବି କମ୍ପାନୀ ପାଇଁ ଏହି ବିଶ୍ୱାସକୁ ବଜାୟ ରଖନ୍ତି, ସେମାନଙ୍କୁ ଏହାର ଉପହାର ଦେଇଥାଏ ଆଇଟି କମ୍ପାନୀ କସଗ୍ଦଗ୍ଦଲକ୍ଷକ୍ଟଙ୍ଗ ଓଦ୍ଭମ । ଏମିତି କରି ସେ ଅନେକ ଉଦାହେରଣ ମଧ୍ୟ ସୃଷ୍ଟି କରିଛି । କମ୍ପାନୀ ଏବେ ଏଭଳି ୫ ଜଣ ବିଶ୍ୱସ୍ତ କର୍ମଚାରୀଙ୍କୁ ଦାମୀ BMW କାର ଗିଫ୍ଟ କରିଛି । କରୋନା ଭଳି ପରିସ୍ଥିତିରେ କମ୍ପାନୀର ସାଥ ଦେବା ସହିତ ଲଗାତାର କମ୍ପାନୀକୁ ସପୋର୍ଟ କରିଥିବାରୁ ସେମାନଙ୍କୁ ଏହି ଉପହାର ଦେଇଛି କମ୍ପାନୀ ।

ଗ୍ଲୋବାଲ ସଫ୍ଟଓୟାର-ଏଜ-ଏ-ସର୍ଭିସ କମ୍ପାନୀର ସିନିୟର ମ୍ୟାନେଜମେଣ୍ଟର ୫ ଜଣ ଏକଜିକ୍ୟୁଟିଭଙ୍କୁ କୋଟିଏ ଲେଖାଏଁ ଦାମୀ BMW କାର ଉପହାର ସ୍ୱରୂପ ପ୍ରଦାନ କରାଯାଇଛି । ଉପହାରର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କର୍ମଚାରୀମାନେ ଏ ନେଇ କିଛି ଜାଣି ପାରି ନଥିଲେ । ଇଭେଣ୍ଟର କିଛି ସମୟ ପୂର୍ବରୁ ହିଁ ଏମାନଙ୍କୁ ଏହି ଉପହାର ବିଷୟରେ ଜାଣିବାକୁ ମିଳିଥିଲା । କମ୍ପାନୀ ଆଜି ସଫଳତାର ଶୀର୍ଷରେ ପହଞ୍ଚିଥିଲେ ବି ଏଠାରେ ପହଞ୍ଚିବା ପାଇଁ ଖୁବ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ତେବେ କମ୍ପାନୀର ଏଭଳି ଅନେକ କଷ୍ଟକର ପରିସ୍ଥିତିରେ ଏବଂ କରୋନା ଭଳି ସ୍ଥିତିରେ ସେମାନେ ଖୁବ ସାୟତା କରିଛନ୍ତି ଏବଂ କମ୍ପାନୀକୁ ଏହି ଜାଗାରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା କହିଛନ୍ତି କମ୍ପାନୀର ସିଇଓ ସୁରେଶ ସମ୍ବନ୍ଦମ ।

Get real time updates directly on you device, subscribe now.