fbpx

ଜମ୍ମୁ-କାଶ୍ମୀର ସୋପିଆନରେ ଏନକାଉଣ୍ଟର: ସର୍ଚ୍ଚବେଳେ ପୋଲିସ ଉପରକୁ ଗୁଳି ଚଳାଇଲେ ଆତଙ୍କବାଦୀ

Advertisement

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ସୋପିଆନ ବଡୀଗ୍ରାମରେ ଆତଙ୍କବାଦୀ ଏବଂ ସୁରକ୍ଷା କର୍ମୀ ମୁହାଁମୁହିଁ । ପୋଲିସର ସୂଚନା ଅନୁଯାୟୀ ସୁରକ୍ଷାକର୍ମୀ ଅଞ୍ଚଳକୁ ଘେରି ରଖିଛନ୍ତି ଏବଂ ଆତଙ୍କବାଦୀଙ୍କୁ ଉଚିତ୍ ଜବାବ ଦେଉଛନ୍ତି ।

ଆତଙ୍କୀ ସୂଚନା ମିଳିବାପରେ ପୋଲିସ ଟିମ୍ ପୂରା ଅଞ୍ଚଳକୁ ଘେରିଥିଲେ ଏବଂ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । କୁହାଯାଉଛି ପୋଲିସ ଯେତେବେଳେ ସେଠାରେ ପହଞ୍ଚିଥିଲେ ସେତେବେଳେ ଆତଙ୍କବାଦୀ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଯାହାପରେ ପୋଲିସ ମଧ୍ୟ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇଥିଲା । ଏବେବି ଉଭୟର ପକ୍ଷରୁ ଫାୟାରିଂ ଜାରି ରହିଛି । ୩ ଆତଙ୍କବାଦୀ ଲୁଚି ରହିଥିବା ନେଇ କୁହାଯାଉଛି । ପୋଲିସ ଆତଙ୍କବାଦୀଙ୍କୁ ସମର୍ପଣ କରିବାକୁ କହିଥିଲେବି ଆତଙ୍କବାଦୀ ମାନେ ସମର୍ପଣ କରିନାହାନ୍ତି ।

ଆତଙ୍କବାଦୀଙ୍କୁ ଧରିବା ପାଇଁ ଗତ କିଛି ଦିନରୁ ସେନା ଏବଂ ପୋଲିସ ଉଭୟଙ୍କ ତରଫରୁ ଅପରେସନ ଜାରି ରହିଛି । ସେନା ଏବଂ ପୋଲିସର ମିଳିତ ଅପରେସନ ଯୋଗୁଁ ଆତଙ୍କୀ ସେମାନଙ୍କ ଉଦ୍ଦେଶ୍ୟରେ ସଫଳ ହୋଇପାରୁନାହାଁନ୍ତି । ଏଥିପାଇଁ ସେନା ଏବଂ ପୋଲିସ କର୍ମୀଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏକ ରିପୋର୍ଟ ଅନୁଯାୟୀ ଗତ ବର୍ଷ ଜାନୁଆରୀଠାରୁ ଏପର୍ଯ୍ୟନ୍ତ ୩୩୦ ରୁ ଅଧିକ ଆତଙ୍କବାଦୀଙ୍କୁ ମାରିଦିଆଯାଇଛି କିମ୍ବା ସେମାନେ ଆତ୍ମସମର୍ପଣ କରିଛନ୍ତି ।

 

Get real time updates directly on you device, subscribe now.