fbpx

ଗାଭାସ୍କରଙ୍କ ଭବିଷ୍ୟବାଣୀ: ବଦଲା ନେବା ପାଇଁ ଇଂଲଣ୍ଡର ବଡ଼ ଯୋଜନା

Advertisement

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଆସନ୍ତା ମାସରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିବ । ଜୁନରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିର ଫାଇନାଲ୍‌ ଖେଳିବା ପରେ ଭାରତ ଅଗଷ୍ଟରେ ଇଂଲଣ୍ଡ ବିକ୍ଷ ପାଞ୍ଚମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ । ଚଳିତ ବର୍ଷ ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଟେଷ୍ଟ ସିରିଜରେ ଶୋଚନୀୟ ଭାବେ ପରାସ୍ତ
ହୋଇଥିଲା । ଇଂଲଣ୍ଡ ତା’ ନିଜ ମାଟିରେ ଭାରତଠାରୁ ପ୍ରତିଶୋଧ ନେବା ପାଇଁ ଗ୍ରୀନ୍‌ ଟପ୍‌ ୱିକେଟ୍‌ ପ୍ରସ୍ତୁତ କରିବ ବୋଲି ଭାରତର କିମ୍ବଦନ୍ତୀ କ୍ରିକେଟର୍‌ ସୁନୀଲ ଗାଭାସ୍କରକହିଛନ୍ତି ।

ଗାଭାସ୍କର କହିଛନ୍ତି, ଚଳିତ ବର୍ଷ ଇଂଲଣ୍ଡ ଟିମ୍‌ ଭାରତ ଗସ୍ତରେ ଆସିଥିଲା । ଏହି ସିରିଜରେ ଇଂଲିଶ ଖେଳାଳିମାନେ ଭାରତୀୟ ପିଚରେ ନାକେଦମ୍‌ ହୋଇଥିଲେ । ଏଭଳି ସ୍ଥିତିରେ ଘରୋଇ ସିରିଜ୍‌ ପାଇଁ ଯଦି ଘାସର ପିଚ୍‌ ପ୍ରସ୍ତୁତ କରାଯାଏ, ତାହେଲେ ସେଥିରେ ମୁଁ ଆଶ୍ଚର୍ଯ୍ୟ ହେବି ନାହିଁ ବୋଲି ଗାଭାସ୍କର କହିଛନ୍ତି । ଗାଭାସ୍କର କହିଛନ୍ତି, ଭାରତୀୟ ପିଚକୁ ନେଇ ଇଂଲଣ୍ଡର ଅନେକ ଖେଳାଳି ପ୍ରଶ୍ନ ଉଠାଇଥିଲେ । ଏଭଳି ସ୍ଥିତିରେ ଇଂଲଣ୍ଡ ଗସ୍ତରେ ମଧ୍ୟ ଭାରତୀୟ ଟିମକୁ ପେସ୍‌ ବୋଲରଙ୍କୁ ସୁହାଉଥିବା ପିଚରେ ଖେଳିବାକୁ ପଡ଼ିପାରେ । ହେଲେ ଭାରତ ପାଇଁ ଏବେ ଆଉ ଏହି ସମସ୍ୟା ବଡ଼ ହୋଇ ରହିନାହିଁ । କାରଣ ଟିମ୍‌ ଇଣ୍ଡିଆ ପାଖରେ ଏଭଳି ପେସ୍‌ ଆଟାକ୍‌ ଅଛି, ଯାହା ଇଂଲଣ୍ଡ ପିଚରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରନ୍ତି ।ଏଭଳି ସ୍ଥିତିରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଓଲଟା ସମସ୍ୟା ହୋଇପାରେ ।

ଭାରତର ଇଂଲଣ୍ଡ ଗସ୍ତକୁ ନେଇ ଗାଭାସ୍କର କହିଛନ୍ତି, ଭରତୀୟ ଟିମ୍‌ ପାଇଁ ଚଳିତ ବର୍ଷ ଇଂଲଣ୍ଡ ଗସ୍ତ ବହୁତ ଖାସ୍‌ ହେବ । ବିଶ୍ୱ ଟେଷ୍ଟ ଚାମ୍ପିୟନସିର ଫାଇନାଲ୍‌ ଖେଳିବା ପରେ ଭାରତୀୟ ଟିମ୍‌ ପାଖରେ ଇଂଲଣ୍ଡ ବିକ୍ଷ ଟେଷ୍ଟ ସିରିଜର ପ୍ରସ୍ତୁତି ପାଇଁ ୬ ସପ୍ତାହ ସମୟ ରହିବ । ଏହା ଭାରତୀୟ ଟିମ୍‌ ପାଇଁ କିଛି ଅଭ୍ୟାସ ମ୍ୟାଚ୍‌ ଖେଳିବ ଏବଂ ଇଂଲଣ୍ଡ ପରିବେଶରେ ନିଜକୁ ସୁହାଇବା ପାଇଁ ଯଥେଷ୍ଟ ହେବ ।

Get real time updates directly on you device, subscribe now.