fbpx

ଦୁଇ ଥର ବିଶ୍ୱକପ୍ ଜିତିଥିଲେ ଇଂଲଣ୍ଡର ଅଲରାଉଣ୍ଡର, ଏହି କାରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ Moeen Ali

ନୂଆଦିଲ୍ଲୀ: ଇଂଲଣ୍ଡର କିମ୍ବଦନ୍ତୀ ଅଲରାଉଣ୍ଡର ମୋଇନ୍ ଅଲି ରବିବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ୩୭ ବର୍ଷୀୟ ମୋଇନ୍ ଇଂଲଣ୍ଡ ପାଇଁ ୬୮ ଟେଷ୍ଟ, ୧୩୮ ଦିନିକିଆ ଏବଂ ୯୨ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ୨୦୧୯ରେ ଦିନିକିଆ ବିଶ୍ୱକପ ଓ ୨୦୨୨ରେ ଟି-୨୦ ବିଶ୍ୱକପ୍ ଜିତିଥିବା ଇଂଲଣ୍ଡ ଦଳର ଅଂଶ ଥିଲେ ମୋଇନ୍ ଅଲି । ତେବେ ମୋଇନ୍ ଫ୍ରାନଚାଇଜି କ୍ରିକେଟ୍ ଖେଳିବା ଜାରି ରଖିବେ ଏବଂ ପରବର୍ତ୍ତୀ ସମୟରେ ସେ କୋଚ୍ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି ।

୨୦୧୪ ଫେବୃଆରୀରେ ମୋଇନ୍ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ନିକଟରେ ମୋଇନ୍ ଏକ ସାକ୍ଷାତକାରରେ କହିଥିଲେ, ‘ମୁଁ ୩୭ ବର୍ଷୀୟ ଏବଂ ମୋତେ ଅଷ୍ଟ୍ରେଲିଆ ବିପକ୍ଷ ହ୍ୱାଇଟ୍ ବଲ୍ ସିରିଜ୍ ପାଇଁ ଇଂଲଣ୍ଡ ଦଳ ପାଇଁ ଚୟନ କରାଯାଇନଥିଲା । ମୁଁ ଇଂଲଣ୍ଡ ପାଇଁ ଅନେକ କ୍ରିକେଟ୍ ଖେଳିଥିଲି । ବର୍ତ୍ତମାନ ପରବର୍ତ୍ତୀ ପିଢ଼ିଙ୍କୁ ସୁଯୋଗ ଦେବା ବିଷୟରେ ମୋତେ କୁହାଯାଇଥିଲା । ଏହା ପରେ ମୋତେ ଅନୁଭବ ହେଲା କି ଏହା ହିଁ ଅବସର ନେବାର ଉଚିତ ସମୟ । ତେଣୁ ମୁଁ ଏପରି କଲି ।’ ସେ ଆହୁରି ମଧ୍ୟ କହିଛନ୍ତି କି ଇଂଲଣ୍ଡ ପାଇଁ ଖେଳିଥିବାରୁ ସେ ଅତ୍ୟନ୍ତ ଗର୍ବ ଅନୁଭବ କରୁଛନ୍ତି । ମୁଁ ପୁଣି ଥରେ ଇଂଲଣ୍ଡ ପାଇଁ ଖେଳିବା ପାଇଁ ଚେଷ୍ଟା କରିପାରିଥାନ୍ତି କିନ୍ତୁ ବର୍ତ୍ତମାନ ତାହା କରିବି ନାହିଁ କାରଣ ଅବସର ପରେ ମୁଁ ଇଂଲଣ୍ଡ ପାଇଁ ଖେଳି ପାରିବି । ସତ କହିବାକୁ ଗଲେ ଦଳର ହିତ ପାଇଁ ଏହି ନିଷ୍ପତ୍ତି ନେବାକୁ ଚାହୁଁଛି ବୋଲି କହିଛନ୍ତି ମୋଇନ୍ ।

Get real time updates directly on you device, subscribe now.