fbpx

(Video) ରଜରେ ଖାଆନ୍ତୁ ବାହୁବଳୀ ଥାଳି: ରହିଛି ୬୦ ପ୍ରକାର ଆଇଟମ୍, ବୁଲେଟ୍ ଜିତିବାର ରହିଛି ସୁଯୋଗ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପହିଲି ରଜକୁ ସାରା ରାଜ୍ୟବାସୀ ବଡ଼ ଧୁମଧାମରେ ପାଳନ କରିଛନ୍ତି । ରଜ ପାନ, ମିଠା, ପିଠାରେ ସଭିଙ୍କ ଘର ମହକି ଉଠୁଛି । ତେବେ ଏହି ପବିତ୍ର ରଜ ଅବସରରେ ମନୋଜ ନନଭେଜ୍ ୱାର୍ଲ୍ଡ ତରଫରୁ ଏକ ବଡ଼ ଅଫର ଘୋଷଣା କରାଯାଇଛି । ରଜରେ ବାହୁବଳୀ ଥାଳୀ ଖାଇଲେ ଆପଣମାନେ ମାଗଣାରେ ଗୋଟିଏ ବୁଲେଟ୍ ଜିତି ପାରିବେ । ଏହି ବାହୁବଳୀ ଥାଳିରେ ୬୦ ପ୍ରକାରର ଆଇଟମ୍ ରହୁଛି । ଏଥିରେ ପାନ, ମିଠା, ପୋଡ଼ପିଠା, ଫଳ ଆଦି ରହିଛି । ଏଥିସହିତ ରଜଦୋଳୀର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଯେଉଁମାନେ ରଜ ଅବସରରେ ମନୋଜ ନନଭେଜ୍ ୱାର୍ଲ୍ଡକୁ ଯିବେ ସେମାନେ ଖାଇବା ସହିତ ରଜଦୋଳିର ମଧ୍ୟ ମଜା ନେଇ ପାରିବେ । ଏହି ବାହୁବଳୀ ଥାଳିରେ ମୋଟ ୬୦ ପ୍ରକାରର ଆଇଟମ୍ ରହିଥିବା ବେଳେ ସେଥିରେ ୨୦ଟି ଭେଜ୍ ଆଇଟମ୍ ଓ ୪୦ଟି ନନଭେଜ୍ ଆଇଟମ୍ ରହିଛି । ଏଥିସହିତ ରଜ ପାଇଁ ପାନ, ମିଠା, ପୋଠପିଠା, ଫଳ ଆଦିର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ଥାଳିର ଦାମ୍ ୬ ହଜାର ଟଙ୍କା ପ୍ୟାକେଜ୍ ରହିଥିବା ବେଳେ ଏହାକୁ ଅତିକମରେ ୧୨ ଜଣ ଖାଇପାରିବେ । ଯଦି ଜଣେ ଏହାକୁ ଖାଇ ଶେଷ କରିପାରିବେ, ତେବେ ସଂସ୍ଥା ତରଫରୁ ତାଙ୍କୁ ଗୋଟିଏ ବୁଲେଟ୍ ମାଗଣାରେ ଦିଆଯିବ । ତେବେ ଏହି ଖାଦ୍ୟକୁ ଗ୍ରାହକ ଜଣଙ୍କ ୨ ଘଣ୍ଟା ଭିତରେ ଶେଷ କରିବାକୁ ପଡ଼ିବ ।

Get real time updates directly on you device, subscribe now.