ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଇପିଏଫଓର ଗ୍ରାହକ, ତେବେ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ ଆପଣଙ୍କ ପାଇଁ ଏକ ଖାସ୍ ମେସେଜ୍ ପଠାଇଛି । ଇପିଏଫଓ କହିଛି ଯେ, ଆପଣ ପାସବୁକ୍ ଜରିଆରେ ଜାଣିପାରିବେ କି ଆପଣଙ୍କ ସୁଧ ଟଙ୍କା ପିଏଫ୍ ଆକାଉଣ୍ଟରେ ଜମା ହୋଇଛି କି ନାହିଁ ।
ଆପଣ ଅନଲାଇନରେ ପିଏଫ୍ ଆକାଉଣ୍ଟକୁ ଚେକ୍ କରିପାରିବେ, ଏଥିପାଇଁ ଆପଣଙ୍କ ପାଖରେ ୟୁନିଅନ ନମ୍ବର ଓ ପାସୱାର୍ଡ ଥିବା ଆବଶ୍ୟକ । ଇପିଏଫଓ ସ୍ପଷ୍ଟ କରିଛି ଯେ, ସୁଧକୁ ବିଳମ୍ବ ଅପଡେଟ କରିବା ଉପରେ କୌଣସି ଆର୍ଥିକ କ୍ଷତି ହେବନାହିଁ । ପାସବୁକରେ ସୁଧକୁ ଅପଡେଟ କରିବା ଏକ ପ୍ରକ୍ରିୟା । ଯେଉଁ ଦିନ ସଦସ୍ୟଙ୍କ ପାସବୁକରେ ସୁଧ ରେକର୍ଡ ହେବ, ସେହି ଦିନ କୌଣସି ବାସ୍ତବିକ ଆର୍ôଥକ କ୍ଷତି ହେବ ନାହିଁ ।
ସୁଧ ଅପଡେଟ ପୂର୍ବରୁ ଟଙ୍କା ବାହାର କରିବାରେ କୌଣସି କ୍ଷତି ନାହିଁ :-
ଯଦି ଜଣେ ସଦସ୍ୟ ତାଙ୍କ ପାସବୁକରେ ସୁଧ ଅପଡେଟ୍ ହେବା ପୂର୍ବରୁ ତାଙ୍କର ଇପିଏଫ୍ ବାଲାନ୍ସ ବାହାର କରନ୍ତି, ଏପରି ପରିସ୍ଥିତିରେ ମଧ୍ୟ ତାଙ୍କ ଦାବି ସମାଧାନ ସମୟରେ ପ୍ରଦାନ କରାଯିବାକୁ ଥିବା ସୁଧ ଗଣନା କରାଯାଇଥାଏ ଏବଂ ସ୍ୱୟଂଚାଳିତ ଭାବରେ ବିତରଣ ତାରିଖରୁ ସିଷ୍ଟମ୍ ଦ୍ୱାରା ପ୍ରଦାନ କରାଯାଇଥାଏ । ଏପରିକି ଏହି କ୍ଷେତ୍ରରେ କୌଣସି ସଦସ୍ୟଙ୍କୁ ଆର୍ଥିକ କ୍ଷତି ହୁଏ ନାହିଁ ।
ईपीएफ सदस्य की पासबुक को ब्याज सहित अद्यतन करने से संबंधित अक्सर पूछे जाने वाला प्रश्न और इसका उत्तर…#AmritMahotsav #ईपीएफ #EPFOwithyou #epf @PMOIndia @byadavbjp @Rameswar_Teli @LabourMinistry @PIB_India @MIB_India pic.twitter.com/3hsL7xmDBF
— EPFO (@socialepfo) May 31, 2023
ଇପିଏଫଓର ସୁଧ ହାର :-
୨୦୨୩ ଆର୍ଥିକ ବର୍ଷ ପାଇଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ପାଣ୍ଠି ଉପରେ ସୁଧ ହାର ୮.୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏଥିରେ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡର ୬ କୋଟିରୁ ଅଧିକ ଅଂଶୀଦାରଙ୍କୁ ଫାଇଦା ହେବ ।
ଅନଲାଇନରେ ପାସବୁକ୍ କିପରି ଯାଞ୍ଚ କରିବେ?
ଆପଣ ଇପିଏଫଓ ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଇପିଏଫଓ ପାସବୁକ୍ ଅନଲାଇନରେ ଆକ୍ସେସ୍ କରିପାରିବେ । ଏହା କରିବା ପାଇଁ ଆପଣଙ୍କୀ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (ୟୁଏଏନ) ଏବଂ ପାସୱାର୍ଡ ଦରକାର ।