• Likes
  • Followers
  • Subscribers
  • Followers
  • Android App
  • Friday, September 12, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • EPFOର ବଦଳିଲା ନିୟମ; ଆପଣଙ୍କ PF ଆକାଉଣ୍ଟର ଟଙ୍କା ରହିବ ଆହୁରି ସୁରକ୍ଷିତ

EPFOର ବଦଳିଲା ନିୟମ; ଆପଣଙ୍କ PF ଆକାଉଣ୍ଟର ଟଙ୍କା ରହିବ ଆହୁରି ସୁରକ୍ଷିତ

By Development On Aug 2, 2024 at 6:57 PM
Share

ନୂଆଦିଲ୍ଲୀ: ଚାକିରିରୁ ଅବସର ପରେ କର୍ମଚାରୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ସରକାର କର୍ମଚାରୀ ଭବିଷ୍ୟ ନିଧି(ଇପିଏଫ) ଆରମ୍ଭ କରିଛନ୍ତି । ପ୍ରତ୍ୟେକ ମାସ କର୍ମଚାରୀଙ୍କ ରୋଜଗାରର କିଛି ପ୍ରତିଶତ ପିଏଫ ଆକାଉଣ୍ଟରେ ଜମା ହୋଇଥାଏ । କିନ୍ତୁ ଗତ କିଛି ଦିନରୁ ପିଏଫ ଆକାଉଣ୍ଟରେ ସମସ୍ୟା ଦେଖିବାକୁ ମିଳୁଛି । ଏହାପରେ ଇପିଏଫଓ ତରଫରୁ ପିଏଫ ଆକାଉଣ୍ଟକୁ ନେଇ ଅନେକ ନିୟମ ପରିବର୍ତ୍ତନ କରିଛନ୍ତି । ଏହାଦ୍ୱାରା ପିଏଫ ଆକାଉଣ୍ଟ ଗୁଡ଼ିକୁ ଅଧିକରୁ ଅଧିକ ସୁରକ୍ଷା ଦିଆଯିବ । ବର୍ତ୍ତମାନ ଇପିଏଫଓ ପରିଚୟ ସମ୍ବନ୍ଧିତ ତଥ୍ୟ ଅପଡେଟ କରିବା ନିୟମରେ ଏକ ଜରୁରୀ ପରିବର୍ତ୍ତନ କରାଯାଇଛି ।

ଇପିଏଫଓ ଏକ ସର୍କୁଲାର ଜାରି କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଇପିଏଫଓ ତରଫରୁ କୁହାଯାଇଛି ଯେ, ପିଏଫ ଆକାଉଣ୍ଟରେ ନିଜ ବ୍ୟକ୍ତିଗତ ତଥ୍ୟ, ନାମ, ମାତା-ପିତାଙ୍କ ନାମ, ଘର ଠିକଣା ଇତ୍ୟାଦି ପରିବର୍ତ୍ତନ ପାଇଁ ଏବେ ଜଏଣ୍ଟ ଡିକ୍ଲାରେସନ୍ ଫର୍ମ ପୂରଣ କରିବାକୁ ହେବ । ନୂଆ ନିୟମ ଅନୁସାରେ, ଯଦି ବର୍ତ୍ତମାନ ଆପଣଙ୍କ ନିଜ ପିଏଫ ଆକାଉଣ୍ଟରେ ଥିବା ବ୍ୟକ୍ତିଗତ ତଥ୍ୟକୁ ଅପଡେ୍ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣ ନିଜ କମ୍ପାନୀକୁ ଜଣାଇବାକୁ ପଡ଼ିବ । ଏହାପରେ କମ୍ପାନୀ ଆପଣଙ୍କ ଅନୁରୋଧକୁ ଭେରିଫାଏ କରି ଜଏଣ୍ଟ ଡିକ୍ଲାରେସନ୍ ଫର୍ମ ପୂରଣ କରିବ । ଏହି କାମ ସରିବା ପରେ ହିଁ ହିତାଧିକାରୀ ନିଜ ଆକାଉଣ୍ଟରେ ଥିବା ବ୍ୟକ୍ତିଗତ ତଥ୍ୟକୁ ଅପଡେଟ୍ କରିପାରିବେ ।

ଏହାବ୍ୟତୀତ ସ୍ଥାନୀୟ ଅଫିସକୁ ଆଦେଶ ଦେଇ ଇପିଏଫଓ କହିଛି ଯେ, ବ୍ୟକ୍ତିଗତ ତଥ୍ୟରେ ପରିବର୍ତ୍ତନ କରିବାର ସମସ୍ତ ଡକ୍ୟୁମେଣ୍ଟକୁ ଭଲ ଭାବରେ ଯାଞ୍ଚ କରାଯିବା ଉଚିତ୍ । ଏଥିରେ ଖିଲାପ ହେଲେ ଠକାମୀର ଶିକାର ହେବାକୁ ପଡ଼ିପାରେ । ତେବେ ତଥ୍ୟ ଅପଡେଟ୍ କରିବା ପାଇଁ କେଉଁସବୁ ଡକ୍ୟୁମେଣ୍ଟ ଆବଶ୍ୟକ, ସେ ନେଇ ମଧ୍ୟ ସୂଚନା ଦେଇଛି ଇପିଏଫଓ । ବ୍ୟକ୍ତିଗତ ତଥ୍ୟ ଅପଡେଟ କରିବାକୁ ଇପିଏଫଓ ୨ଟି କାଟାଗୋରୀ:-(ମାଇନର ଏବଂ ମେଜର) ରେ ବିଭକ୍ତ କରିଛି । ମାଇନର ତଥ୍ୟ ଅପଡେଟ ପାଇଁ ଅତିକମରେ ୨ଟି ଡକ୍ୟୁମେଣ୍ଟ ଏବଂ ମେଜର ପରିବର୍ତ୍ତନ ପାଇଁ ୩ଟି ଡକ୍ୟୁମେଣ୍ଟ ଜମା କରିବାକୁ ପଡ଼ିବ ବୋଲି କୁହାଯାଇଛି ।

ଆହୁରି ପଢନ୍ତୁ

ମୃତ୍ୟୁ ପରେ ନବଜାତ ଶିଶୁଙ୍କୁ ପୂର୍ବପୁରୁଷ…

‘ତମ ଆଖିର ଆଇନା ହୋଇ ରହିବି’-…

Share

Prev Post

Olympics-2024; ହକିରେ ଭାରତର ବୃହତ୍ ବିଜୟ: ଅଷ୍ଟ୍ରେଲିଆକୁ ୩-୨ରେ ହରାଇଲା ଟିମ ଇଣ୍ଡିଆ

Next Post

Video; ବାପାର ଯୌନାଙ୍ଗ ଉପରେ ଆଇରନ୍ ରଖିଦେଲା କୁନି ପୁଅ, ତା ପରେ…

You might also like More from author
ଖବର

ମୃତ୍ୟୁ ପରେ ନବଜାତ ଶିଶୁଙ୍କୁ ପୂର୍ବପୁରୁଷ କୁହାଯାଏ କି? ଗରୁଡ଼ ପୁରାଣର ରହସ୍ୟ ଜାଣନ୍ତୁ

Featured

‘ତମ ଆଖିର ଆଇନା ହୋଇ ରହିବି’- ବୋଲ୍ଡ ଅଭିନେତ୍ରୀଙ୍କୁ ମିଠା ମିଠା କଥା କହି…

Cricket

BCCI ମୁଖ୍ୟ ରୋଜର ବିନ୍ନି ପଦରୁ ଦେଲେ ଇସ୍ତଫା, ପରବର୍ତ୍ତୀ BCCI ଅଧ୍ୟକ୍ଷ ହେବେ ସଚିନ୍ ତେନ୍ଦୁଲକର!

ଖବର

“ଗୋଟେ ପୁଅ ଜନ୍ମ କରୁଥିବା ମା’ ସାପ ସହ ସମାନ, ଯିଏ ନିଜ ଜନ୍ମକଲା ଛୁଆକୁ…

Cricket

ଗୁଳିରେ ନୁହେଁ, ବ୍ୟାଟର ଗଗନଚୁମ୍ୱୀ ଛକାରେ ପାକ୍ କୁ ପାନେ ଦେବ ଭାରତ, ବିଗ୍ ଫାଇଟରେ କାହାର ପଲଡ଼ା…

Cricket

ହଜାରେ ଅଭିଷେକ ଶର୍ମା ବି ପାରିବେନି ଏ ଦୁର୍ଦ୍ଦଶ ବ୍ୟାଟରକୁ, 29 ଗଗନଚୁମ୍ୱୀ ଛକା ସହ କଲେ ଏତେ ଅଧିକ…

Prev Next
Odisha Bhaskar

Recent Posts

ମୃତ୍ୟୁ ପରେ ନବଜାତ ଶିଶୁଙ୍କୁ ପୂର୍ବପୁରୁଷ…

‘ତମ ଆଖିର ଆଇନା ହୋଇ ରହିବି’-…

BCCI ମୁଖ୍ୟ ରୋଜର ବିନ୍ନି ପଦରୁ ଦେଲେ ଇସ୍ତଫା,…

ହୋଟେଲରୁ ବିରାଟ-ଅନୁଷ୍କାଙ୍କୁ ବିଦା କରିଦେଲେ…

(Video) ଛାଡିଲେନି…ଚାପୁଡ଼ା ଉପରେ…

“ଗୋଟେ ପୁଅ ଜନ୍ମ କରୁଥିବା ମା’…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ମୃତ୍ୟୁ ପରେ ନବଜାତ ଶିଶୁଙ୍କୁ ପୂର୍ବପୁରୁଷ…

‘ତମ ଆଖିର ଆଇନା ହୋଇ ରହିବି’-…

BCCI ମୁଖ୍ୟ ରୋଜର ବିନ୍ନି ପଦରୁ ଦେଲେ ଇସ୍ତଫା,…

“ଗୋଟେ ପୁଅ ଜନ୍ମ କରୁଥିବା ମା’…

Prev Next 1 of 29,251
© 2025 - TK Digital All Rights Reserved.