fbpx

ବଦଳିଯିବ EPFOର ଇନଭେଷ୍ଟମେଣ୍ଟ ରୁଲ୍: PF ଖାତାଧାରୀଙ୍କ ଫାଇଦା ପାଇଁ କେନ୍ଦ୍ର ସରକାର ନେବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଗତ ସପ୍ତାହରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ଗ୍ରାହକମାନଙ୍କୁ ଝଟକା ମିଳିଥିଲା । ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ପିଏଫ ସୁଧ ହାର ୮.୧ ପ୍ରତିଶତ ଘୋଷଣା କରାଯାଇଥିଲା । ତା’ ପୂର୍ବରୁ ଆର୍ଥିକ ବର୍ଷ ୨୦୨୦-୨୧ରେ ପିଏଫ୍ ସୁଧ ହାର ୮.୫ ପ୍ରତିଶତ ରହିଥିଲା । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଇପିଏଫଓର ୬.୫ କୋଟି ଗ୍ରାହକ ପ୍ରଭାବିତ ହେବେ ।

ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଖୁସି ଖବର ଆସିଛି । ଇପିଏଫଓର ଫଣ୍ଡରୁ ଶେୟାର ବଜାରରେ ନିବେଶର ଲିମିଟ ବୃଦ୍ଧି କରିବା ନେଇ ଇପିଏଫଓ ବିଚାର କରୁଛି । ଚଳିତ ମାସ ଶେଷ ସୁଦ୍ଧା ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାର ଅଛି । ଉକ୍ତ ବୈଠକରେ ଏହା ଉପରେ ବିଚାର କରାଯିବାର ସମ୍ଭାବନା ରହିଛି ।

ବର୍ତ୍ତମାନ ଇପିଏଫଓ ଫଣ୍ଡରୁ ସର୍ବାଧିକ ୧୫ ପ୍ରତିଶତ ଷ୍ଟକ ମାର୍କେଟରେ ନିବେଶ କରାଯାଇ ପାରିବ । ଇକୋନୋମିକ୍ ଟାଇମ୍ସର ରିପୋର୍ଟ ମୁତାବକ, ଏହି ନିବେଶ ଲିମିଟକୁ ୨୫ ପ୍ରତିଶତକୁ ବୃଦ୍ଧି ନେଇ ଇପିଏଫଓ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ତେବେ ଡେବଟ୍ ଫଣ୍ଡରୁ ଆବଶ୍ୟକତା ଅନୁଯାୟୀ ରିଟର୍ଣ୍ଣ ମିଳିପାରୁ ନଥିବାରୁ ଏପରି ସ୍ଥଳେ ଇକ୍ୱିଟିରେ ନିବେଶ ବୃଦ୍ଧି କରି ହାଇ ରିଟର୍ଣ୍ଣ ପାଇବା ପାଇଁ ପ୍ରଚେଷ୍ଟା କରାଯାଉଛି ।

ଏହି ପ୍ରସଙ୍ଗ ଉପରେ ବିଚାର କରିବା ପାଇଁ ଦୁଇ ସପ୍ତାହ ପୂର୍ବରୁ ଫାଇନାନ୍ସ ଇନଭେଷ୍ଟମେଣ୍ଟ ଓ ଅଡିଟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ତେବେ ଜୁନ୍ ମାସ ଶେଷରେ ବସିବାକୁ ଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ବୈଠକରେ ଫାଇନାନ୍ସ ଇନଭେଷ୍ଟମେଣ୍ଟ ଓ ଅଡିଟ କମିଟିର ପ୍ରସ୍ତାବ ଆଗତ କରାଯିବ । ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା କରାଯିବ ପରେ ଲେବର ଆଣ୍ଡ ଫାଇନାନ୍ସ ମିନିଷ୍ଟ୍ରି ନିକଟକୁ ଏହାକୁ ମଞ୍ଜୁରୀ ପାଇଁ ପଠାଯିବ ।

Get real time updates directly on you device, subscribe now.