ଯଦି ଆମେ କ୍ୱାଲିଫାଏ ନ କରୁଛୁ ତେବେ ଆସନ୍ତା ବର୍ଷ.., MS Dhoni କହିଲେ ଏହି ବଡ଼ କଥା

ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ହାରିବା ପରେ ଚେନ୍ନାଇର କ୍ୟାପ୍ଟେନ ଏମଏସ ଧୋନୀ ବଡ଼ ବୟାନ ଜାରି କରିଛନ୍ତି

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ରବିବାର ଦିନ ଚେନ୍ନାଇ ସୁପର କିଙ୍ଗସକୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପରାଜୟର ଶିକାର ହେବାକୁ ପଡିଛି। ଏହି ସିଜନରେ ଚେନ୍ନାଇର ଅବସ୍ଥା ସୋଚନୀୟ ହୋଇପଡିଛି। ଟିମ ପଏଣ୍ଟସ ଟେବଲରେ ସବୁଠୁ ନିମ୍ନ ସ୍ଥାନରେ ଅଛି।

ଏପର୍ଯ୍ୟନ୍ତ ୮ଟି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ କେବଳ ଦୁଇଟି ମୁକାବିଲା ହିଁ ଜିତିଛି। ରବିବାର ଦିନ ମୁମ୍ବାଇ ବିପକ୍ଷରେ ହାରିବା ପରେ ଚେନ୍ନାଇର କ୍ୟାପ୍ଟେନ ଏମଏସ ଧୋନୀ ବଡ଼ ବୟାନ ଜାରି କରିଛନ୍ତି। ନିଜ ବୟାନରେ ସେ କହିଛନ୍ତି ଯେ, ତାଙ୍କ ଖେଳାଳି ନିଜ ରଣନୀତିରେ କିଛି ହାସଲ କରିପାରୁନାହାନ୍ତି।

ଏଥିସହ ସେ ଆହୁରି କହିଛନ୍ତି ଯେ, ସେ ଆସନ୍ତା ବର୍ଷ ପାଇଁ କୋର ଗ୍ରୁପ ପ୍ରସ୍ତୁତ କରୁଛନ୍ତି। ଧୋନୀ ମୁମ୍ବାଇରୁ ହାରିବା ପରେ କହିଛନ୍ତି ଯେ, ଆମ ଜିତିବାରେ ଆହୁରି ମ୍ୟାଚ ବାକି ଅଛି, ଆମେ ତାକୁ ଜିତିବାକୁ ପଡିବ।

ଆମେ ଗୋଟିଏ ସମୟରେ କେବଳ ଏକମାତ୍ର ମ୍ୟାଚ ଉପରେ ଧ୍ୟାନ ଦେଉଛୁ। ଯଦି ଆଗକୁ ଆମେ କିଛି ମ୍ୟାଚ ହାରୁଛୁ ତେବେ ଆମ ପାଇଁ ଆସନ୍ତା ବର୍ଷ ଲାଗି ସଠିକ୍ ପ୍ରସ୍ତୁତି କରିବା ଗୁରୁତ୍ୱପୂର୍ଣ୍ଣ ରହିବ।

ସେ ଆଗକୁ ଆହୁରି କହିଛନ୍ତି ଯେ, ଆମେ ଅଧିକ ଖେଲାଳିମାନଙ୍କୁ ବଦଳାଇବା ପକ୍ଷରେ ନାହୁଁ। ଆମ ପାଇଁ ବର୍ତ୍ତମାନ ପ୍ଲେଅଫ ଲାଗି କ୍ୱାଲିଫାଏ କରିବା ଗୁରୁତ୍ୱପୂର୍ଣ୍ଣ, ହେଲେ ଯଦି ଏଭଳି ନୁହେଁ ତେବେ ଆମ ଧ୍ୟାନ ଆସନ୍ତା ବର୍ଷ ପାଇଁ ୧୧ ଖେଳାଳି ପ୍ରସ୍ତୁତ କରିବା ଏବଂ ପୁଣିଥରେ ଦମଦାର ପ୍ରତ୍ୟାବର୍ତ୍ତନ କରିବା ଉପରେ ରହିବ।