fbpx

ଆସିଲା ଏଭରେଷ୍ଟର ନୂଆ ଉଚ୍ଚତା, ଜାଣନ୍ତୁ କେତେ?

ନୂଆଦିଲ୍ଲୀ,୮ ।୧୨: ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟର ନୂଆ ଉଚ୍ଚତା ଆସିଛି । ଏଭେରେଷ୍ଟର ନୂଆ ଉଚ୍ଚତା ୮୮୪୮.୮୬ ମିଟର ହୋଇଥିବା ଘୋଷଣା ହୋଇଛି । ନେପାଳର ବୈଦେଶିକ ମନ୍ତ୍ରୀ ଏହାକୁ ଘୋଷଣା କରିଛନ୍ତି ।

ପୂର୍ବରୁ ଏଭରେଷ୍ଟର ଉଚ୍ଚତା ୮୮୪୮ ମିଟର ଥିଲା । ୧୯୫୪ରେ ଭାରତର ଏହି ମାପକୁ ସମଗ୍ର ବିଶ୍ୱ ଗ୍ରହଣ କରିଥିଲା । ୨୦୧୫ ଭୂକମ୍ପରେ ଉଚ୍ଚତାରେ ପରିବର୍ତ୍ତନ ହୋଇଥିବା ସନ୍ଦେହରେ ମପାଯାଇଥିଲା । ବର୍ଷେ ଧରି ନେପାଳ ଓ ଚୀନର ବିଶେଷଜ୍ଞମାନେ ଏହାର ମାପଚୂପ କରୁଥିଲେ ।

Get real time updates directly on you device, subscribe now.