ନୂଆଦିଲ୍ଲୀ: ଦେଶରେ ଦୁର୍ଘଟଣା ଏକ ସାଧାରଣ ଘଟଣାରେ ପରିଣତ ହୋଇଥିବା ବେଳେ ଓଭର ସ୍ପିଡିଂ ଏହାର ଏକ ପ୍ରମୁଖ କାରଣ । ତେବେ ସମସ୍ତ ଦୁର୍ଘଟଣାକୁ ଓଭର ସ୍ପିଡିଂ ସହିତ ଯୋଡିହେବ ନାହିଁ ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏହା ସହିତ ଏକ ଜାତୀୟ ବୀମା କମ୍ପାନୀକୁ ୩୩ ଲକ୍ଷ ୫୦ ହଜାର ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାରେ ମୃତ୍ୟୁ ହେଲେ ଏହା ମାତା-ପିତାଙ୍କ ପାଇଁ କମ ବଡ ବୋଝ ନୁହେଁ । ନିଜ ପୁଅକୁ ହରାଇଥିବା ମାତା-ପିତା କେବଳ ଏହାର ଦୁଃଖ ବୁଝି ପାରିବେ ।
ଦେଶରେ ପ୍ରତିଦିନ ଶତାଧିକ ଦୁର୍ଘଟଣା ହେଉଛି । ଏଭଳି ଏକ ଦୁର୍ଘଟଣା ୨୦ ଜୁଲାଇ ୨୦୦୪ରେ ଘଟିଥିଲା । ଦିଲ୍ଲୀରେ ଘଟିଥିବା ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଅଭିଷେକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଆବେଦନ କରାଯାଇଥିଲା । ଜଣେ ପିତାମାତାଙ୍କ ଜୀବିତ ଅବସ୍ଥାରେ ପୁତ୍ରର ନିଧନ ହେବା ଅନ୍ନ୍ କଷ୍ଟକର ବିଷୟ । ଏହି ଘଟଣା ପରେ ମହିଳାଙ୍କ ପତିଙ୍କର ମଧ୍ୟ ନିଧନ ହୋଇ ଯାଇଥିଲା । ଏପରି ପରସ୍ଥିତିରେ କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ନିଷ୍ପତ୍ତି ନେଇଛନ୍ତି ।
ଅଭିଷେକ ଚଲାଉଥିବା ଟ୍ରକର ସ୍ପିଡ ୫୦ କିମିରୁ ଅଧିକ ରହିଥିଲା । ସେହି କାରଣରୁ ତାଙ୍କୁ ବୀମା ରାଶି ମିଳିବ ନାହିଁ ବୋଲି କମ୍ପାନୀ ଯୁକ୍ତି କରିଥିଲା । ତେବେ କୋର୍ଟ ଏହାକୁ ଖାରଜ କରିବା ସହିତ ଓଭର ସ୍ପିଡିଂକୁ ବେପରୁଆ ଗାଡିଚାଳନା ସହିତ ତୁଳନା କରି ହେବ ନାହିଁ ବୋଲି କହିଥିଲେ । ଏହା ସହିତ ବୀମା କମ୍ପାନୀକୁ ବିଳମ୍ବିତ ସମୟ ପାଇଁକ ୮ ପ୍ରତିଶତର ସୁଧ ସହିତ ଅର୍ଥରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାରମ୍ଭିକ ବୀମା ରାଶିି ୨ ଲକ୍ଷ ୩୦ ହଜାର ୪୦୦ ଟଙ୍କା ରହିଥିବା ବେଳେ ୮ ପ୍ରତିଶତ ସୁଧ ହାର ସହିତ ବର୍ତ୍ତମାନ ୩୩ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବ ।