ଆମେରିକାର ସର୍ଜନ ଜେନେରାଲଙ୍କ ବଡ ଚେତାବନୀ, ମଦ ପିଇଲେ ହୋଇପାରେ କ୍ୟାନ୍ସର!

ନୂଆଦିଲ୍ଲୀ: ମଦ୍ୟପାନ ସହ ଜଡିତ ସ୍ୱାସ୍ଥ୍ୟ ବିପଦ ଉପରେ ଆମେରିକାର ସର୍ଜନ ଜେନେରାଲ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ମଦ ବୋତଲରେ ସିଗାରେଟ ଭଳି କ୍ୟାନ୍ସର ଚେତାବନୀ ଦିଆଯାଇଛି ।  ଏହି ଚେତାବନୀ ସାରା ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କ୍ୟାନ୍ସର ରୋଗ ଏବଂ ମଦ୍ୟପାନ ମଧ୍ୟରେ ରହିଥିବା ଲିଙ୍କକୁ ଦର୍ଶାଇଛି ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ମଦ୍ୟପାନରେ ଥିବା ଇଥାନଲ ଶରୀରରେ ଆସେଟାଲଡିହାଇଡରେ ପରିଣତ ହୁଏ । ଏହା ଏକ ରାସାୟନିକ ପଦାର୍ଥ ଯାହା DNA କୁ କ୍ଷତି ପହଞ୍ଚାଇପାରେ ଏବଂ କର୍କଟ ରୋଗକୁ ପ୍ରୋତ୍ସାହିତ କରିଥାଏ । ଏହା ବ୍ୟତୀତ ମଦ୍ୟପାନ ଶରୀରର କୋଷଗୁଡ଼ିକୁ ମରାମତି କରିବାର କ୍ଷମତାକୁ ମଧ୍ୟ ଦୁର୍ବଳ କରିଥାଏ ।

ବିଶେଷଜ୍ଞମାନେ କହିଛନ୍ତି ଯେ,ମଦର ପରିମାଣ ଅନୁସାରେ ଶରୀରରେ ପ୍ରଭାବ ପକାଇଥାଏ । ଯେଉଁମାନେ ଭାବନ୍ତି ଯେ ‘ମଧ୍ୟମ ପାନୀୟ’ କୌଣସି କ୍ଷତି ଘଟାଇବ ନାହିଁ, ସେମାନେ ଜାଣିବା ଉଚିତ୍ ଯେ ପ୍ରତ୍ୟେକ ସିପ୍ ଶରୀରର DNA କୁ ପ୍ରଭାବିତ କରିଥାଏ  ।

ଭାରତ ଭଳି ଦେଶରେ ମଧ୍ୟ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏବଂ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଲୋକଙ୍କୁ ସଚେତନ କରାଇବା ଜରୁରୀ ଅଟେ । ବଢୁଥିବା କର୍କଟ ରୋଗକୁ ଦୃଷ୍ଟିରେ ରଖି ମଦ ବୋତଲ ଉପରେ ଚେତାବନୀ ଦେବା ଏକ ପ୍ରଭାବଶାଳୀ ପଦକ୍ଷେପ ବୋଲି ପ୍ରମାଣିତ ହୋଇପାରେ ।