fbpx

ସମସ୍ତ ରାଜ୍ୟବାସୀ ଜୈବିକ କୃଷି ପଦ୍ଧତି ଆପଣାନ୍ତୁ: କୃଷି ମନ୍ତ୍ରୀ

ଭୁବନେଶ୍ୱର: ସମସ୍ତ ରାଜ୍ୟବାସୀ ଜୈବିକ ଚାଷକୁ ଆପଣାନ୍ତୁ । ଏହା ଦ୍ୱାରା ମାଟିର ଉର୍ବରତା ବୃଦ୍ଧି ପାଇଥାଏ । ରାସାୟନିକ ସାର ପ୍ରୟୋଗ ଦ୍ୱାରା ଅମଳ ବଢ଼ୁଛି ଭାବିବା ଭୁଲ । ମାଛ, ଚିକେନ୍ ଓ ଅନ୍ୟାନ୍ୟ ଚାଷରେ ରାସାୟନିକ ସାର ବ୍ୟବହାର ଦ୍ୱାରା ମେଦବହୁଳତା ସହ କ୍ୟାନସର ବୃଦ୍ଧି ପାଉଛି । ତେଣୁ ସମସ୍ତେ ଜୈବିକ ଚାଷ ପଦ୍ଧତିକୁ ଆପଣାଇବା ପାଇଁ ଅପିଲ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ।

ରାଜ୍ୟରେ ଦୁଇଟି ପ୍ରକ୍ରିୟାରେ ଜୈବିକ ଚାଷ କରାଯାଉଛି । ପରମ୍ପରାଗତ ଏବଂ ପ୍ରାକୃତିକ । ପରମ୍ପରାଗତ କୃଷି ଯୋଜନାରେ ୧୦ ଟି ଜିଲ୍ଲା ଏବଂ ପ୍ରାକୃତିକ କୃଷି ଯୋଜନାରେ ୧୫ ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ରାଜ୍ୟରେ ୨୦୧୮-୧୯ ରୁ ଜୈବିକ କୃଷି ପଦ୍ଧତିରେ କୃଷି କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଏବେ ଯେଉଁମାନେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି, ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିଦେଶ ପଠାଇବାକୁ ଯୋଜନା କରଯାଉଛି । କହିରଖୁଛୁ ଆଜି କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ବଲାଙ୍ଗିର ଓ ପାଟଣାଗଡ଼ ଚାଷ ଜମିରୁ ଉତ୍ପାଦିତ ହୋଇଥିବା ପାଖାପାଖି ୪ କ୍ୱିଣ୍ଟାଲ ଡ୍ରାଗନ୍ ଫଳ ଦୁବାଇ ରପ୍ତାନୀ କରାଯାଇଛି । ଏହା ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ କରାଯାଇଥିବା ପ୍ରକାଶ ।

Get real time updates directly on you device, subscribe now.