fbpx

ବିଜେପିରେ ସାମିଲ ହେବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ? କଂଗ୍ରେସକୁ ଲାଗିପାରେ ଏକ ବଡ଼ ଝଟକା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଆଉ କିଛି ମାସ ବାକିଥିବା ବେଳେ ସେନେଇ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ନିର୍ବାଚନ ପୂର୍ବରୁ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତା ୨୭ରେ ୫୬ଟି ରାଜ୍ୟସଭା ଆସନ ନିମନ୍ତେ ୧୫ଟି ରାଜ୍ୟରେ ନିର୍ବାଚନ ହେବ ।

ତେବେ ଏହା ମଧ୍ୟପ୍ରଦେଶରୁ ଆସିଛି ଏକ ବଡ଼ ଖବର । କଂଗ୍ରେସକୁ ଲାଗିପାରେ ଏକ ବଡ଼ ଝଟକା । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କଲନାଥ ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଏକ ବଡ଼ ଚର୍ଚ୍ଚା ହେଉଛି । ତେବେ କମଲନାଥଙ୍କ ସହିତ ତାଙ୍କ ପୁଅ ତଥା ସାଂସଦ ନକୁଲନାଥ ମଧ୍ୟ ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ହାକକମାଣ୍ଡଙ୍କ ଉପରେ କମଲନାଥ ଅସନ୍ତୁଷ୍ଟ ଥିବା ନେଇ ତାଙ୍କର ଗତ କିଛିଦିନର ଆଚାର ବ୍ୟବହାରରୁ ସ୍ପଷ୍ଟ ପ୍ରତୀୟମାନ ହୋଇଛି ।

ଏକ ବିଶେଷ ସୂତ୍ର ମୁତାବକ, ପୁଅ ନକୁଲଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ପିତା କମଲନାଥ ବେଶ୍ ଚିନ୍ତିତତ ରହିଛନ୍ତି । ଗତ ଲୋକସଭା ନିର୍ବାଚନରେ ମଧ୍ୟପ୍ରଦେଶରେ କେବଳ ଗୋଟିଏ ମାତ୍ର ଆସନ କଂଗ୍ରେସ ଖାତାକୁ ଆସିଥିବା ବେଳେ ସେହି ଆସନରେ କଡ଼ା ସଂଘର୍ଷ ପରେ ନକୁଲ ଜିତିଥିଲେ । ତେବେ ଉକ୍ତ ଆସନରେ ବିଜେପି ଗତ ୩ ବର୍ଷ ଧରି ନିଜର ସଂଗଠନକୁ ମଜବୁତ କରିବାରେ ଲାଗି ପଡ଼ିଛି । ତେବେ ଏହା ମଧ୍ୟରେ ବାପ-ପୁଅ ଆଜି ଦିଲ୍ଲୀ ଗସ୍ତ କରିଥିବା ବେଳେ ଦୁହେଁ ବିଜେପି ଯିବା ଏକପ୍ରକାର ସ୍ପଷ୍ଟ ହୋଇଥିବା କୁହାଯାଉଛି । ତେବେ ଦୁହେଁ କେବେ ପଦ୍ମ ଧରିବେ ସେନେଇ କିଛି ଜଣାପଡ଼ିନାହିଁ । କମଲ ଯଦି ପଦ୍ମ ଧରନ୍ତି ତେବେ ଦେଶର ସର୍ବପୂରାତନ ଦଳ କଂଗ୍ରେସକୁ ପୁଣି ଏକ ବଡ଼ ଝଟକା ଲାଗିବ ।

 

Get real time updates directly on you device, subscribe now.