fbpx

କିଡ଼ନୀ ଷ୍ଟୋନର ଆଶଙ୍କା ବୃଦ୍ଧି କରିଥାଏ ଲୁଣ, ଜାଣନ୍ତୁ ଏହାର ଲକ୍ଷଣ…

Advertisement

ଓଡ଼ିଶା ଭାସ୍କର: ଦୈନନ୍ଦିନ ଖାଦ୍ୟପେୟରେ ସବୁଠାରୁ ଅଧିକ ‘ଲୁଣ’ ବ୍ୟବହାର କରାଯାଇଥାଏ । ଲୁଣ ଖାଦ୍ୟର ସ୍ୱାଦ ବୃଦ୍ଧି କରିଥାଏ । ତେବେ କ’ଣ ଆପଣମାନେ ଜାଣିଛନ୍ତି କେବଳ ଡାଇବେଟିସ୍ ବା ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କ ପାଇଁ ନୁହେଁ ବରଂ ଜଣେ ସୁସ୍ଥ ବ୍ୟକ୍ତି ପାଇଁ ମଧ୍ୟ ଅଧିକ ସୋଡିୟମ ଯୁକ୍ତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଆବଶ୍ୟକ ଠାରୁ ଅଧିକ ସୋଡିୟମ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କିଡ଼ନୀ ଷ୍ଟୋନ୍ ହେବାର ଆଶଙ୍କା ବୃଦ୍ଧି ହୋଇଥାଏ । ଅତ୍ୟାଧିକ ମାତ୍ରାରେ ସୋଡିୟମ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ୟୁରିନରେ କ୍ୟାଲସିୟମର ମାତ୍ରା ବୃଦ୍ଧି ପାଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଦୈନିକ ୫ ଗ୍ରାମରୁ କମ୍ ଅର୍ଥାତ ଗୋଟିଏ ଚାମଚ(୫ ଏମଏଲ୍‌)ରୁ କମ୍ ଲୁଣ ଖାଇବା ଉଚିତ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ପର୍ଯ୍ୟାପ୍ତ ମାତ୍ରାରେ ପାଣି ନ ପିଇବା ହେଉଛି କିଡ଼ନୀ ଷ୍ଟୋନ୍ ହେବାର ଏକ ପ୍ରମୁଖ କାରଣ । ଏହା ବାଦ ଯେଉଁମାନେ ହାଇ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସେବନ କରିବା ସହ କମ୍ ମାତ୍ରାରେ ପାଣି ପିଇଥାନ୍ତି ସେମାଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖା ଦେଇଥାଏ । କିଡ଼ନୀ ଷ୍ଟୋନର ସାଇଜ୍ ଛୋଟ ହୋଇଥିଲେ ପାଣି ପିଇବା ଦ୍ୱାରା ପରିଶ୍ରା ଦେଇ ବାହାରି ଆସିଥାଏ କିନ୍ତୁ ଷ୍ଟୋନର ସାଇଜ୍ ବଡ଼ ହୋଇଥିଲେ ଏହା କିଡ଼ନୀର କାର୍ଯ୍ୟକୁ ପ୍ରଭାବିତ କରିଥାଏ । ତେବେ ଅଧିକାଂଶ କିଡ଼ନୀ ଷ୍ଟୋନ୍ କ୍ୟାଲସିୟମ ଷ୍ଟୋନ୍ ଥାଏ । ଫଳରେ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଉଚିତ ସମୟରେ ଏହାର ଚିକିତ୍ସା ନହେଲେ ୟୁରିନ୍ ପ୍ରବଲେମ୍‌, ୟୁରିନ୍ ଇନ୍‌ଫେକଶନ୍ ଏବଂ କିଡ଼ନୀ ନଷ୍ଟ ହେବାର ଆଶଙ୍କା ରହିଥାଏ । ତେବେ ଆସନ୍ତୁ ଜାଣିବା କିଡ଼ନୀ ଷ୍ଟୋନର ପ୍ରାରମ୍ଭିକ ଲକ୍ଷଣ ବିଷୟରେ:

– ତଳି ପେଟ ଏବଂ ପିଠିର ତଳ ଭାଗରେ ହଠାତ ଯନ୍ତ୍ରଣା ଅନୁଭବ ହେବା
– ପରିଶ୍ରା କରିବା ସମୟରେ ଯନ୍ତ୍ରଣା ଅନୁଭବ କରିବା
– ପରିଶ୍ରା ରଂଗରେ ପରିବର୍ତ୍ତନ ହେବା
– ପରିଶ୍ରାରେ ରକ୍ତ ଆସିବା
– ଉଚ୍ଚ ରକ୍ତଚାପ, ଭୋକ କମି ଯିବା ବା ହଠାତ ଜ୍ୱର ହେବା
– ବାରମ୍ବାର ବାନ୍ତି ଦେଖାଇବା

ତେବେ ଆସନ୍ତୁ ଜାଣିବା କିଡ଼ନୀ ଷ୍ଟୋନ୍ ସମସା ଠାରୁ କିପରି ଦୂରେଇ ରହି ପାରିବା

– ଦୈନିକ ପର୍ଯ୍ୟାପ୍ତ ମାତ୍ରାରେ, ଅତି କମ୍‌ରେ ଦିନକୁ ୩ ଲିଟର, ପାଣି ପିଇବା ଉଚିତ ।

– ନିଜ ଡାଏଟରେ କ୍ୟାଲସିୟମ୍ ଯୁକ୍ତ ଖାଦ୍ୟପେୟ ସାମିଲ କରନ୍ତୁ ଯେପରି କ୍ଷୀର. ଦହି, ପନୀର, ବାଦାମ, ସୋୟାବିନ୍ ଏବଂ ସବୁଜ ପନିପରିବା ।

– ଅଧିକ ଆମିଷ ଭୋଜନର ସେବନ କରନ୍ତୁ ନାହିଁ । ଏହା ଦ୍ୱାରା ରକ୍ତରେ ୟୁରିକ ଏସିଡ଼ର ମାତ୍ରା ବୃଦ୍ଧି ପାଇଥାଏ ଯାହା କିଡ଼ନୀ ଷ୍ଟୋନର ଆଶଙ୍କା ବୃଦ୍ଧି କରିଥାଏ ।

– ବିଭିନ୍ନ ପ୍ରକାର ସଫ୍ଟ ଡ୍ରିଂକ୍ସ, କୋଲ୍ଡ ଡ୍ରିଂକ୍ସ ଏବଂ ସୋଡ଼ାର ସେବନ କରିବା ଠାରୁ ଯେତେ ଦୂର ସମ୍ଭବ ଦୂରେଇ ରହିବା ଉଚିତ ।

Get real time updates directly on you device, subscribe now.