fbpx

GAILରେ ବିଭିନ୍ନ ପଦରେ ବିନା ପରୀକ୍ଷାରେ ପାଇପାରିବେ ଚାକିରି, ମିଳିବ ଭଲ ଦରମା, କରନ୍ତୁ ଏହି କାମ

GAILରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଭଲ ସୁଯୋଗ । କାରଣ ଗେଲ୍ ଇଣ୍ଡିଆ ଏକ୍ଜିକ୍ୟୁଟିଭ ଟ୍ରେନୀ ପଦ ପାଇଁ ଆବେଦନ ଗ୍ରହଣ କରୁଛି । ଏହି ପଦରେ ଆବେଦନ କରିବାକୁ ଚାହୁଥିବା ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଗେଲ୍ର ଅଫିସିଆଲ ୱେବସାଇଟ gailonline.com କୁ ଯାଇ ଆବେଦନ କରିପାରିବେ । ଏହି ପଦରେ ଆବେଦନ ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବ । ତେବେ ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନକୁ ପଢ଼ିନେବାକୁ ପରାମର୍ଶ ।

ଯୋଗ୍ୟତା: ଏହି ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ ଇନଷ୍ଟ୍ରୁମେଣ୍ଟେସନ, ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପଦ ପାଇଁ ଆବେଦନ ଗ୍ରହଣ କରାଯାଉଛି ।

ଏକ୍ସିକ୍ୟୁଟିଭ ଟ୍ରେନୀ(ଇନଷ୍ଟ୍ରୁମେଣ୍ଟ)- ଆଶାୟୀଙ୍କ ପାଖରେ ସର୍ବନିମ୍ନ ୬୫% ଅଙ୍କ ସହ ଇନଷ୍ଟୁମେଣ୍ଟେସନ/ଇନଷ୍ଟୁମେଣ୍ଟେସନ ଆଣ୍ଡ୍ କଣ୍ଟ୍ରୋଲ/ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ଇନଷ୍ଟୁମେଣ୍ଟେସନ/ ଇଲେକ୍ଟ୍ରିକାଲ ଆଣ୍ଡ୍ ଇନଷ୍ଟ୍ରୁମେଣ୍ଟେସନ/ ଇଲେକ୍ଟ୍ରୋନିକ୍ସ/ ଇଲେକ୍ଟ୍ରିକାଲ ଆଣ୍ଡ୍ ଇଲେକ୍ଟ୍ରୋନିକ୍ସ ରେ ବ୍ୟାଚେଲର ଡିଗ୍ରୀ ହେବା ଆବଶ୍ୟକ ।

ଏକ୍ସିକ୍ୟୁଟିଭ ଟ୍ରେନୀ(ମେକାନିକାଲ)- ଆଶାୟୀଙ୍କ ପାଖରେ ସର୍ବନିମ୍ନ ୬୫% ଅଙ୍କ  ସହ ମେକାନିକାଲ/ପ୍ରୋଡକ୍ସନ/ପ୍ରୋଡକ୍ସନ ଆଣ୍ଡ ଇଣ୍ଡଷ୍ଟ୍ରିଆଲ/ ମ୍ୟାନୁଫ୍ୟାକ୍ଚରିଙ୍ଗ/ ମେକାନିକାଲ ଏବଂ ଅଟୋମୋବାଇଲରେ ଇଞ୍ଜିନିୟରିଂ/ ଟେକ୍ନୋଲୋଜୀ ରେ ବ୍ୟାଚଲେର ଡିଗ୍ରୀ ଥିବା ଆବଶ୍ୟକ ।

ଏକ୍ସିକ୍ୟୁଟିଭ ଟ୍ରେନୀ (ଇଲେକ୍ଟ୍ରିକାଲ)- ସର୍ବନିମ୍ନ ୬୫% ଅଙ୍କ ସହ ଇଲେକ୍ଟ୍ରିକାଲ/ ଇଲେକ୍ଟିକାଲ ଏବଂ ଇଲେକ୍ଟ୍ରୋନିକ୍ସ ରେ ଇଞ୍ଜିନିୟରିଂରେ ବ୍ୟାଚେଲର ଡିଗ୍ରୀ ଥିବା ଆବଶ୍ୟକ ।

ଜରୁରୀ ତାରିଖ:

ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ- ୧୫ ଫେବୃଆରୀ ୨୦୨୨

ଅନଲାଇନ ଆବେଦନ କରିବାର ଶେଷ ତାରିଖ-୧୬ ମାର୍ଚ୍ଚ ୨୦୨୨

ବୟସ ସୀମା ଏବଂ ଫିସ୍:

ଆବେଦନ କରିବା ପାଇଁ ବୟସ ସୀମା ୧୬.୦୩.୨୦୨୨ ସୁଦ୍ଧା ୨୬ ବର୍ଷ ରହିଛି । ଆବେଦନ କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ ।

ତେବେ ଗେଟ-୨୦୨୨ ଅଙ୍କ ଆଧାରରେ ଗ୍ରୁପ ଡିସ୍କସନ କିମ୍ବା ବ୍ୟକ୍ତିଗତ ଇଣ୍ଟରଭ୍ୟୁ ଦ୍ୱାରା ଚୟନ କରାଯିବ । ଏହା ଛଡ଼ା ଆଶାୟୀ ସିଧାସଳଖ ଏହି ଲିଙ୍କରେ କ୍ଲିକ କରି ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ । https://gailonline.com/careers/currentOpnning/DETAILEDADVERTISEMENTFORWEBSITEGATE20228092021.pdf

Get real time updates directly on you device, subscribe now.