fbpx

ରାଜଧାନୀରେ ରାଲି ବେଳେ ବିସ୍ଫୋରଣ: ଲୋକମାନେ ଏଣେତେଣେ ଦୌଡ଼ିଲେ, ମହିଳା ଗୁରୁତର

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ମାସ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିଲା । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଅନେକ ନେତା ଦଳ ଛାଡ଼ୁଥିବା ଦେଖାଯାଉଛି ।

ତେବେ ନିର୍ବାଚନ ପାଇଁ ରାଜନୈତିକ ଦଳମାନଙ୍କ ପକ୍ଷରୁ ଜୋରସୋରରେ ପ୍ରଚାର କାର୍ଯ୍ୟ ଜାରି ରହିଥିବା ଏହା ମଧ୍ୟରେ ଘଟିଯାଇଛି ଏକ ବଡ଼ ଅଘଟଣ । ଏକ ପ୍ରମୁଖ ରାଜନୈତିକଳ ଦଳର ରାଲି ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱରର କଳ୍ପନା ଛକରେ ଅଚାନକ ଏକ ଏସି କମ୍ପ୍ରେସର ଫାଟି ଯାଇଥିଲା । ଫଳରେ ଜଣେ ମହିଳା ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ମେଡଇକାଲରେ ଭର୍ତ୍ତି କରାଯାଇଥିଲା । ମହିଳା ଜଣଙ୍କ ୟୁନିଟ-୧ ମାର୍କେଟକୁ ଯିବା ସମୟରେ ରାଲିରେ ଫଶିଯାଇଥିଲେ । ତେବେ ମହିଳାଙ୍କ ନିକଟରେ ଛିଡ଼ା ହୋଇଥିବା ଜଣେ ଏସି ମେକାନିକ ବ୍ୟାଗରେ ଏସି କମ୍ପ୍ରେସର ନେଇ ବାପୁଜୀ ନଗର ଯାଉଥିଲେ । ତେବେ ଅଚାନକ ବ୍ୟାଗଟି ଛିଣ୍ଡି ଯାଇଥିଲା ଓ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣ ପରେ ଲୋକମାନେ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ । ଫଳରେ ଘଟଣାସ୍ଥଳରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ବିସ୍ଫୋରଣରେ ଗୁରୁତର ହୋଇଥିବା ମହିଳାଙ୍କୁ ପୋଲିସ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା ।

Get real time updates directly on you device, subscribe now.